ଭୁବନେଶ୍ୱର,୦୩/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶାରେ ଥିବା ‘ଭାରତ ର ତଟୀୟ ସମୁଦାୟ ର ଜଳବାୟୁ ପ୍ରତି ସାଧନ କ୍ଷମତା ବୃଦ୍ଧି (ECRICC) ପ୍ରକଳ୍ପ ‘ସି ଫୁଡ୍ ଏକ୍ସପୋ ଭାରତ 2025’ (SEB-25) ରେ ସରକାରୀ କ୍ଷେତ୍ରରେ ପ୍ରଥମ ପୁରସ୍କାର ହାସଲ କରିଛି। ବିଖ୍ୟାତ ସିଫୁଡ୍ ଏକ୍ସପୋ ଭାରତ୨୦୨୫ (SEB-25)ରେ ଏହି ପୁରସ୍କାର ପାଇଛି ECRICC ।ଚେନ୍ନାଇର ଟ୍ରେଡ୍ସେଣ୍ଟର ରେ ଜୁଲାଇ୧ରୁ୩ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଆୟୋଜିତ ହୋଇଛି। ଓଡ଼ିଶାର ଜଳବାୟୁ-ଅନୁକୂଳ ଜଳୀୟ କୃଷି ଏବଂ ଏ ସଂକ୍ରାନ୍ତୀୟ ବିକାଶକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଉତ୍କୃଷ୍ଟ କାମ କରିଥିବାରୁ ଏହିସମ୍ମାନ ECRICC ଓଡ଼ିଶାକୁ ମିଳିଛି। ରାଷ୍ଟ୍ରୀୟ ମଞ୍ଚରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ଏହାଏକ ଅସାଧାରଣ ଅବସର ଥିଲା। ଜଣେ ମହିଳା ଜଳବାୟୁ ଚାମ୍ପିଅନ୍ ମଞ୍ଚଉପରେ ଆତ୍ମବିଶ୍ୱାସ ର ସହ ନିଜର ଯାତ୍ରା ବିଷୟରେ ସ୍ମୃତି ଚାରଣ କରିଥିଲେ, ଯାହା ସେଠାରେ ଉପସ୍ଥିତ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଥିଲା।
ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ମେରାଇନ ପ୍ରଡକ୍ଟସ୍ ଏକ୍ସପୋର୍ଟ ଡେଭେଲପମେଣ୍ଟ ଅଥୋରିଟି (MPEDA) ଦ୍ୱାରା ଆୟୋଜିତ, SEB-25 ହେଉଛି ଦେଶର ମତ୍ସ୍ୟ ଓ ଜଳୀୟ ଚାଷ ଶୃଙ୍ଖଳାର ସମସ୍ତ ଅଂଶୀଦାରଙ୍କ ପାଇଁ ଅନ୍ୟତମ ପ୍ରମୁଖମଞ୍ଚ। ଭାରତରେ ECRICC ପ୍ରକଳ୍ପ, ଜଙ୍ଗଲ, ପରିବେଶଓଜଳବାୟୁପରିବର୍ତ୍ତନମନ୍ତ୍ରାଳୟ (MoEFCC) ଦ୍ବାରାଲାଗୁକରାଯାଇଛି।ଏଥିପାଇଁଗ୍ରୀନ୍କ୍ଲାଇମେଟ୍ଫଣ୍ଡ (GCF) ଓମିଳିତଜାତିସଂଘବିକାଶକାର୍ଯ୍ୟକ୍ରମ (UNDP) ରସମର୍ଥନମିଳୁଛି।ଓଡ଼ିଶାରେଏହିପ୍ରକଳ୍ପଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଛି।
ଏହି ପ୍ରକଳ୍ପ ତଟୀୟ ସମୁଦାୟ ଙ୍କ ଅନୁକୂଳ ପରିବେଶ ଦିଗରେ କାର୍ଯ୍ୟ କରିଥାଏ। ଏହାସହ ସେମାନଙ୍କ ଜଳବାୟୁ-ନମନୀୟ ଜୀବିକାକୁ ପ୍ରୋତ୍ସାହିତ କରିଥାଏ। କଙ୍କଡ଼ା ଚାଷ, ମାଛଚାଷ ଏବଂ ଅନ୍ୟାନ୍ୟ ଜଳୀୟ ଚାଷ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ନିଭାଉଛି। ଏଥିରେ ସ୍ଥାନୀୟ ଅନୁଷ୍ଠାନ ଓ ଜଳବାୟୁ ଚାମ୍ପିଅନ ମାନଙ୍କ ବିଭିନ୍ନ ଯୋଗଦାନ ମଧ୍ୟ ରହୁଛି। ଏହି ପଦକ୍ଷେପ ଓଡ଼ିଶା ସରକାରଙ୍କ ସ୍ଥିରିକୃତ ବିକାଶ ଲକ୍ଷ୍ୟ (SDG) ହାସଲ କରିବା ପ୍ରତିବଦ୍ଧତାକୁ ସମର୍ଥନ କରିଥାଏ। ୨୦୩୬ ପର୍ଯ୍ୟନ୍ତ ଏକ ‘ବିକଶିତ ଓଡ଼ିଶା’ ଗଠନରେ ଏହା ସହାୟକ ହେବ। ସେହିପରି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ‘ବିକଶିତ ଭାରତ ୨୦୪୭’ଦୃଷ୍ଟିକୋଣ ସହ ମଧ୍ୟ ସମନ୍ବୟ ରକ୍ଷା କରୁଛି।
ECRICC ଓଡ଼ିଶା ନିଜର ସଫଳତା ଗୁଡ଼ିକୁ ଏକ ଉତ୍ସର୍ଗିତ ଷ୍ଟଲ ମାଧ୍ୟମରେ ପ୍ରଦର୍ଶନ କରିଥିଲା।ଏହାସହ ସିଫୁଡ ବ୍ୟବସାୟ, ଚିଙ୍ଗୁଡ଼ି ଚାଷ ଓ ଅନ୍ୟାନ୍ୟ ବୈଷୟିକ ଅଧିବେଶନରେ ମଧ୍ୟ ଭାଗନେଇଥିଲା।ଏହାର ଏକ ମୁଖ୍ୟ ଆକର୍ଷଣ ଥିଲା, ପୋଖରୀରେ ହେଉଥିବା କଙ୍କଡ଼ା ଚାଷ। ଏହି ଚାଷକୁ ସେଠାରେ ପ୍ରଦର୍ଶିତ କରାଯାଇଥିଲା। ପୋଖରୀରେ ହେଉଥିବା କଙ୍କଡ଼ା ଚାଷର ପ୍ରଦର୍ଶନ, ସେଠାରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଆଣିଥିଲା।ଏହା ବ୍ୟତୀତ ଷ୍ଟଲ ରେ ମଲ୍ଟିମିଡିଆ ପ୍ରଦର୍ଶନ ସହ ଆକର୍ଷଣୀୟ କାହାଣୀ, ବିଶେଷକରି ମହିଳା ନେତୃତ୍ବ ବିଶିଷ୍ଟ ଏବଂ ଅବହେଳିତ ବର୍ଗଙ୍କ ବିଷୟରେ ଜାଗ୍ରତ କରାଯାଇଥିଲା।
SPMU ଓ DPMU ଅଧିକାରୀ, ଜଳବାୟୁ ଚ୍ୟାମ୍ପିଅନ ମାନେ ଓ ଲାଭାନ୍ୱିତ କଙ୍କଡ଼ା ଚାଷୀଙ୍କ ସମେତ ଓଡ଼ିଶାର ୧୪ଜଣିଆ ପ୍ରତିନିଧି ଦଳ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ।ଏହି ଅଂଶ ଗ୍ରହଣ ଜ୍ଞାନ ବିନିମୟ, ମିଳିତ ଭାଗିଦାରୀ ଏବଂ ଜଳୀୟ କୃଷିକୁ ପ୍ରୋତ୍ସାହିତ କରିବାର ନୂଆ ମାର୍ଗ ଅନ୍ୱେଷଣରେ ସାହାଯ୍ୟକଲା।
ECRICC ଓଡ଼ିଶା ଷ୍ଟଲକୁ ପରିଦର୍ଶନ କରି ଆସିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ତଟୀୟ ଜଳୀୟ କୃଷି କର୍ତ୍ତୃପକ୍ଷ (CAA)ରସଚିବ, ନୂଆଦିଲ୍ଲୀରେଅବସ୍ଥାପିତସ୍ପେନଦୂତାବାସରକୃଷି, ମତ୍ସ୍ୟଓଖାଦ୍ୟବିଭାଗରପରାମର୍ଶଦାତା, ଏବଂ ହାଇଦ୍ରାବାଦସ୍ଥିତ ଜାତୀୟ ମାଛ ଉନ୍ନୟନ ବୋର୍ଡ (NFDB) ର CEO ଅନ୍ତର୍ଭୁକ୍ତ ଥିଲେ।ଏହା ଜଳୀୟ କୃଷି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ପ୍ରତିପାଦିତ କରିଛି। ଓଡ଼ିଶାକୁ ଏକ ବିସ୍ତୃତ ମାନ୍ୟତା ଓ ସହଯୋଗ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି।
୩୦୦୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧି ମାନଙ୍କ ଉପସ୍ଥିତିରେ SEB-25ରେ ECRICC ଓଡ଼ିଶାକୁପୁରସ୍କାରମିଳିବା, ଏହି ପ୍ରକଳ୍ପର ଦୃଶ୍ୟ ମାନତାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବଢ଼ାଇ ଦେଲା। ଏହାସହ ତଟୀୟ ସମୁଦାୟଙ୍କ ପାଇଁ ବୈଷୟିକ ସହଯୋଗ, ନୀତିଗତ ସଂଶ୍ଲିଷ୍ଟତା ଏବଂ ବିନିଯୋଗ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି।