ଓଡ଼ିଶାରେ ଅକ୍ଷୟ ଶକ୍ତିର ଉତ୍ପାଦନ ନେଇ ବୈଠକ

                               ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କଲେ ଆଦାନୀ ଗ୍ରୀନ୍‌ ଏନର୍ଜି ଗ୍ରୁପ୍‌ ର ପ୍ରତିନିଧି

ଭୁବନେଶ୍ୱର, ୨୬/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଆଦାନୀ ଗ୍ରୀନ୍‌ ଏନର୍ଜି ଗ୍ରୁପ୍‌ ର ଶ୍ରୀ ସୁବ୍ରତ ତି୍ରପାଠୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

          ବୈଠକରେ ପିଏସ୍‌ପି (ପମ୍ପଡ୍‌ ଷ୍ଟୋରେଜ ପ୍ରୋଜେକଫ) ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଯେଉଁଥିରେ ପାହାଡ଼ିଆ ଅଞ୍ଚଳରେ ପମ୍ପ ସାହାଯ୍ୟରେ ପାଣିକୁ ଉଠାଯାଇ ଗୋଟିଏ ଜାଗାରେ ଏକତି୍ରତ କରି ରଖାଯାଇ ସେହି ଜଳକୁ ବ୍ୟବହାର କରି ବିଦୁ୍ୟତ ଶକ୍ତି ଉତ୍ପାଦନ ହେବ । ଏହି ପ୍ରକଳ୍ପକୁ ଓଡ଼ିଶାରେ ସ୍ଥାପନ ପାଇଁ ଆଦାନୀ ଗ୍ରୁପ୍‌ ଆଗ୍ରହୀ ବୋଲି ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଆଦାନୀ ଗ୍ରୁପ୍‌ର ପ୍ରତିନିଧି କହିଥିଲେ ।

          ଓଡ଼ିଶାର ନୟାଗଡ଼ର ବିରିଗଡ଼ ଅକ୍ଷୟ ଶକ୍ତିର ଉତ୍ସ ହୋଇଥିବାରୁ ଏହି ସ୍ଥାନରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରି ବିଦୁ୍ୟତ ଉତ୍ପାଦନ କରିବାକୁ ଅଦାନୀ ଗ୍ରୁପ୍‌ ଆଗ୍ରହୀ । ନୟାଗଡ଼ ସହ ବରଗଡ଼, ବଲାଙ୍ଗିର ଭଳି ବହୁ ସ୍ଥାନରେ ଏଭଳି ପ୍ରକଳ୍ପ ସ୍ଥାପନା ନିମନ୍ତେ ଭରପୂର ସୁଯୋଗ ରହିଛି ।

          ଓଡ଼ିଶାରେ ଅକ୍ଷୟ ଶକ୍ତିର ଭରପୂର ଭଣ୍ଡାର ରହିଛି । କେବଳ ଆବଶ୍ୟକ ଏହାର ସଫଳ ବ୍ୟବହାର ଏବଂ ଆଦାନୀ ଗ୍ରୀନ୍‌ ଏନର୍ଜି ଏହି ଅବ୍ୟବହୃତ ଉତ୍ସଗୁଡ଼ିକରୁ ଅକ୍ଷୟ ଶକ୍ତି ଉତ୍ପାଦନ କରି ରାଜ୍ୟର ବିଦ୍ୟୁତ ଚାହିଦା ମେଣ୍ଟାଇବାକୁ ଆଗ୍ରହୀ । ଏଥିପାଇଁ ୨୦୨୨ ମସିହାରେ ରାଜ୍ୟ ସରକାର ଅକ୍ଷୟ ଶକ୍ତିର ବ୍ୟବହାର ନେଇ ଏକ ନୀତି ପ୍ରଣୟନ କରିଥିଲେ । ଆଜିର ସମୟରେ ସବୁଜ ଶକ୍ତିଚାଳିତ ଉଦ୍ୟୋଗକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ବିଶେଷ କରି ଆଲୁମିନିୟମ୍‌ ଶିଳ୍ପ ଭଳି ଉଦ୍ୟୋଗରେ ସବୁଜ ଶକ୍ତିର ବ୍ୟବହାର କରି ପରିବେଶର ସୁରକ୍ଷା ଉପରେ ସରକାର ଚେଷ୍ଟିତ ।

          ଏହି ପ୍ରକଳ୍ପ ସ୍ଥାପନ ଦ୍ୱାରା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇପାରିବ । ପରିବେଶ ସୁରକ୍ଷା ସହ ପାରିପାଶ୍ୱର୍କ ଅଞ୍ଚଳର ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ୨୦୩୦ ସୁଦ୍ଧା ୫୦ ପ୍ରତିଶତ ଅକ୍ଷୟ ଶକ୍ତିର ବ୍ୟବହାର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ଲକ୍ଷ୍ୟ ପୂରଣ କରିବାରେ ଏହା ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ।

          ବୈଠକରେ ପ୍ରକଳ୍ପ ନିମନ୍ତେ ଖର୍ଚ୍ଚ ଆକଳନ, ବୈଷୟିକ ଜ୍ଞାନକୌଶଳ, ସ୍ଥାନ ନିରୁପଣ ଆଦି ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଆଦାନୀ ଗ୍ରୀନ୍‌ ଏନର୍ଜି ଗ୍ରୁପ୍‌ର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *