ସଡକ ସୁରକ୍ଷା ସପ୍ତାହ ଊଜ୍ଜାପନୀ ସମାରୋହ ଅନୁଷ୍ଠିତ ।

ଯାଜପୁର, ୦୮/୦୧/୨୦୨୪ (ଓଡ଼ିଶା ସମାଚାର)-ଗତ ଜାନୁୟାରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ଅଂଚଳରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମର ଆଜି ପୂର୍ବାହ୍ନରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ଚଣ୍ଡିଖୋଲ ଓ ଯାଜପୁର ମିଳିତ ଆନୁକୂଲ୍ୟରେ ସୁନ୍ଦରପୁର କମାଗଡ ସ୍ଥିତ ଆଂଚଳିକ ପରିବହନ କାର୍ଯ୍ୟାଳୟ, ଯାଜପୁର ପରିସରରେ ଉଜ୍ଜାପିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ କର୍ତୃପକ୍ଷ ସଚିବ ଶ୍ରୀ ବ୍ରଜବନ୍ଧୁ ଭୋଳ ଯୋଗଦେଇ କହିଲେ ଯେ, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଏହା ଅମୂଲ୍ୟ ସମ୍ପଦ, ଯାହା ପରିବାର ଓ ସମାଜର ମଙ୍ଗଳ ପାଇଁ ଉଦ୍ଧିଷ୍ଟ । ଏଣୁ ସଡକ ସୁରକ୍ଷାର ଦାୟିତ୍ୱ ପ୍ରତ୍ୟେକ ନାଗରିକ ହୃଦୟଙ୍ଗମ କରି ଟ୍ରାପିଂକ ନିୟମ ମାନିଲେ ଏବଂ ଯାନକୁ ନିର୍ଦ୍ଧାରିତ ବେଗରେ ଚଳାଇଲେ ବହୁ ମୂଲ୍ୟବାନ ଜୀବନ ବଂଚିଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆୟୁକ୍ତ, ପରିବହନ (ପ୍ରଶାସନ) ଶ୍ରୀ ଇନ୍ଦ୍ରମଣି ନାୟକ, ନିର୍ଦ୍ଧେଶକ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ବୈଷୟିକ ବିଭାଗ ଶ୍ରୀ ପି.କେ. ନାୟକ, ପ୍ରକଳ୍ପ ନିର୍ଦ୍ଧେଶକ, ଜାତୀୟ ରାଜ ମାର୍ଗ କର୍ତୃପକ୍ଷ ଶ୍ରୀ ଜେ.ପି. ବର୍ମା, ଡେପୁଟୀ କମିଶନର, ପୂର୍ବାଂଚଳ ଶ୍ରୀ ଆର୍.ଏନ୍. ସିରିକା ଯୋଗଦେଇ ଉତମ ସମରିଟାନର କର୍ତବ୍ୟ ଉପରେ ଆଲୋକପାତ କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ “ସଡକ ସୁରକ୍ଷା, ପରିବାର ରକ୍ଷା” ର ସଚେତନତା ବାର୍ତା ପ୍ରଦାନ କରିଥିଲେ । ଆଂଚଳିକ ପରିବହନ ଅଧିକାରୀ, ଯାଜପୁର ଶ୍ରୀ ନୀଳକଣ୍ଠ ପ୍ରଧାନ ଏବଂ ଚଣ୍ଡିଖୋଲ ଶ୍ରୀ ସମ୍ୱିତ କୁମାର ସଡକ ସୁରକ୍ଷା ସପ୍ତାହ ପାଳନର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ରଖିବା ସହ ନିଜ ନିଜ ଅଂଚଳର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ, ସଚେତନତା ରାଲି ଆଦି ସମ୍ୱନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।
ଶେଷରେ ଅନ୍ୱେଷଣ ଥିଏଟର ଗ୍ରୁପ କଳାକାର ମାନଙ୍କ ଦ୍ୱାରା ସଚେତନତାଧର୍ମୀ ମନୋରଂଜନ କାର୍ଯ୍ୟକ୍ରମ ଯମ ଚିତ୍ରଗୁପ୍ତ, ଡ୍ରାଇଭର ଓ ଟ୍ରାପିଂକ ପୋଲିସ ଅଭିନୟ, ନିଶା ସେବନ କରି ଯାନ ଚଳାଇବାର କୁ ପରିଣତି ସମ୍ୱନ୍ଧରେ “ସଡକ ସୁରକ୍ଷା, ପରିବାର ରକ୍ଷା” ବାର୍ତା ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଛତିଆ ଯାନ ଚାଳନା ତାଲିମ କେନ୍ଦ୍ରର ତାଲିମାର୍ଥୀ ବୃନ୍ଦ, ସ୍କୁଲ ଓ କଲେଜର ଛତ୍ର ଛତ୍ରୀ ବୃନ୍ଦ, ବସ୍ ଓ ଟ୍ରକ ମାଲିକ ସଂଘର କର୍ମକର୍ତା, ସ୍ୱେଛାସେବୀ ସଂଗଠନ ଏବିଏସ୍ କର୍ମକର୍ତା ବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *