ଜଗତସିଂହପୁର ୦୮/୦୧/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ.ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୨୮୬ଟି ଅଭିଯୋଗ ପଂଜିକୃତ ହୋଇଥିଲା ।
ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୨୭୪ଗୋଟି ଅଭିଯୋଗ,ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ/ଗ୍ରାମ୍ୟ ସମସ୍ୟା ସଂପର୍କୀୟ ୧୨ଟି,ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୧୨ଟି, ଆବାସ ଯୋଜନା ସମସ୍ୟା ସଂପର୍କୀୟ୦୫ଟି,ଜମିଜମା ସମସ୍ୟା ସଂପର୍କୀୟ ୧୯୨ଟି,ଭତା ପାଇବା ପାଇଁ ୦୬ଟିି,ପୋଲିସ ସହାୟତା ପାଇବା ପାଇଁ ୦୨ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣିରୁ ସହାୟତା ପାଇବା ପାଇଁ ୦୧ଟି ଏବଂ ଅନ୍ୟାନ୍ୟ ୧୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୪୦ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର୍,ମୁଖ୍ୟ ବିକାଶ-ତଥା- ନିର୍ବାହୀ ଅଧିକାରୀ,ଜିଲା ପରିଷଦ ଶ୍ରୀ ରବିନାରାୟଣ ଜେଠୀ, ଉପ-ଜିଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ, କୁଜଙ୍ଗ ଶ୍ରୀ ଦିପକ ପ୍ରସାଦ ସ୍ୱାଇଁ, ତହସିଲଦାର,
କୁଜଙ୍ଗ ଶ୍ରୀମତୀ ପୁଷ୍ପାଶ୍ରୀ ସାଣିଲ,ଜିଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ । ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଭୂତମୁଣ୍ଡେଇର ଶ୍ରୀ ପ୍ରକାଶ ବେହେରାଙ୍କୁ ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ ।
ଏତଦବ୍ୟତିତ ୨ ଜଣ ଛାତ୍ର ଯଥା-ଗୋପିଆକୁଦର ଶ୍ରୀ ଅମିତ୍ ପାଣି ଏବଂ ମଙ୍ଗରାଜପୁରର ଶ୍ରୀ ରାକେଶ ପଣାଙ୍କୁ ଜିଲାପାଳ ଲାପଟପ୍ ପ୍ରଦାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନିଲ କୁମାର ନାଏକ ଉପସ୍ଥିତ ଥିଲେ ।
କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ।
