ସାଲେପୁର ରେ ଉତ୍ସାହ ଉଦ୍ଦୀପନା ରେ ଅନୁଷ୍ଠିତ ହେଲା ରଥଯାତ୍ରା

ସାଲେପୁର,୨୯/୦୬/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-ବିଶ୍ଵ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା  ଅବସରରେ ବିଶ୍ବର ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ପାଳିତ ହେଉଛି ରଥ ଯାତ୍ରା।  ଜଗନ୍ନାଥ ମନ୍ଦିରରେ ମହା ଆଡମ୍ବରରେ ରଥଯାତ୍ରା ପାଳନ ହେଉଥିବା  ବେଳେ, ସାଲେପୁର ମୁଖ୍ୟ ବଜାରର ଅଧିଷ୍ଠାତ୍ରୀ ଦେବି ମା ସାହେଶ୍ୱରୀ ଙ୍କ ମନ୍ଦିର ପରିସରରେ  ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଛି ରଥଯାତ୍ରା ।

ରଥାରୁଢ଼ ହୋଇ ଚତୁର୍ଦ୍ଧା ମୁରତି ମହାବାହୁ ଜଗନ୍ନାଥ, ବଳଭଦ୍ରଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୋଟିଏ ରଥରେ ପ୍ରାୟ ଦୁଇ କିଲୋମିଟର କୁଳିଆ ବେଲହୁଡ଼ା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରଥରେ ଯାତ୍ରା  କରିଛନ୍ତି । ମା ସାହେଶ୍ୱରୀ ଙ୍କ ପୀଠରେ ଦୀର୍ଘ ତିରିଶି ବର୍ଷ ହେବ ଶ୍ରୀକ୍ଷେତ୍ର ନୀତିକାନ୍ତି ଅନୁସାରେ ଅନୁଷ୍ଠିତ ହୋଇଆସୁଛି ରଥଯାତ୍ରା । ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ପହଣ୍ଡିରେ ବିଜେ କରି ରଥାରୁଢ଼ ହୋଇଥିଲେ ।

ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ମାନେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ରଥକୁ ଟାଣି ଟାଣି ନେଇ ମାଉସୀ ମା ମନ୍ଦିର କୁଳିଆ ସ୍ଥିତ ବେଲହୁଡା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ସ୍ଥାନୀୟ କୁନି କୁନି କଳାକାର ଙ୍କ ଦେବଦାସୀ ନୃତ୍ୟ ମାନ ବେସ୍ ମନମୋହିଥିଲା  । ରଥରୁଢ଼ ମହାବାହୁ ଙ୍କ ନବଯୌବନ ଦୃଶ୍ୟ ଦେଖିବା ପାଇଁ ବହୁ ଜନସମାଗମ ପରିଲକ୍ଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *