ବର୍ଷର ପ୍ରଥମ ‘ସୁପରମୁନ୍’

# ସୁନ୍ଦର ମହାଜାଗତିକ ଦୃଶ୍ୟ

# ୩୦ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ ଚନ୍ଦ୍ର

# ଏବର୍ଷ ୩ ସୁପରମୁନ୍ ଓ ୩ ମାଇକ୍ରୋମୁନ୍

ଭୁବନେଶ୍ୱର,୦୨/୦୧/୨୦୨୬ (ଓଡ଼ିଶା ସମାଚାର)-  ଆସନ୍ତା କାଲି ଜାନୁଆରୀ ୩ ତାରିଖ ପୌଷ ପୂର୍ଣ୍ଣମୀର ଚନ୍ଦ୍ରଟି ମସିହାର ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ  । ସେହି ଦିନ ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ  । ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ୨୦୨୬ ମସିହାରେ ଦ୍ୱିତୀୟ ‘ସୁପରମୁନ’ ନଭେମ୍ବର ୨୪ ଓ ଶେଷ ‘ସୁପରମୁନ’ଟି ଡିସେମ୍ବର ୨୩ ତାରିଖରେ ଦେଖାଯିବ  ।

ସେହିଭଳି ୨୦୨୬ ମସିହାରେ ପୃଥିବୀ ଠାରୁ ଦୂରରେ ଥିବାବେଳେ ୩ଟି ପୂର୍ଣ୍ଣମୀ ପଡୁଥିବାରୁ ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ‘ମାଇକ୍ରୋମୁନ୍’ ବା ଛୋଟ ଚନ୍ଦ୍ର ଦେଖାଯିବ  । ଏଗୁଡିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆକାଶ ମେଘ ତଥା କୁହୁଡି ମୁକ୍ତ ରହିଲେ ଜାନୁଆରୀ ୩ ତାରିଖରେ ଏହାକୁ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଂଚଳରୁ ଖାଲି ଆଖିରେ ଦେଖିହେବ ବୋଲି କୁହାଯାଉଛି ।

 

 

Leave a Reply

Your email address will not be published. Required fields are marked *