କେନ୍ଦ୍ରାପଡ଼ା, ୧୨/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ମୀରପାଟଣା ଗ୍ରାମର ବିଶିଷ୍ଟ ସମାଜସେବୀ ଶୁକଦେବ ଦାସଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ମୀରପାଟଣାସ୍ଥିତ ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସେ ସରକାରୀ ଚାକିରୀରୁ ଅବସର ଗ୍ରହଣ ପରେ ସାମାଜିକ କାର୍ଯ୍ୟ ଓ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପୂର୍ବତନ ପୌରାଧ୍ୟକ୍ଷ ତଥା ଜିଲା ବିଜେଡି ସଭାପତି ଧିରେନ କୁମାର ସାହୁ, ଯୁବ ନେତା ରାଜେଶ ପଣ୍ଡା, ଡେରାବିଶ ବ୍ଲକ ବିଡିଓ ନମିତା ବାରିକ, ଇଂ ସତ୍ୟପ୍ରକାଶ ସାହୁ, ପୂର୍ବତନ ଏବିଡିଓ ଭଞ୍ଜ କିଶୋର ନାୟକ, ଅଭୟା ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଜନ୍ମେଜୟ ଶତପଥୀ, ସାମ୍ବାଦିକ ପ୍ରମୋଦ କୁମାର ଦାସ, ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି ଓ ଶୁକଦେବ ସାହୁ ପ୍ରମୁଖ ବହୁ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅମ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ ଦାସଙ୍କ ପୁତ୍ର କ୍ଷିତିଶ ରଞ୍ଜନ ଦାସ, ରଞ୍ଜନ କୁମାର ଦାସ, ବିଶ୍ୱନାଥ ପରିଡା, ଜ୍ୱାଇଁ ଉତମ ଦାସ, ଜ୍ୟୋତିର୍ମୟ ଦାସ, ଚନ୍ଦ୍ର ଶେଖର ପରିଡା ଓ ଝିଅ ରଞ୍ଜି, ସରିତା, ମାନୀ ଏବଂ ଆତ୍ମୀୟ ସ୍ୱଜନ ବନ୍ଧୁ, ପରିବାର ବର୍ଗ ଉପସ୍ଥିତ ଥିଲେ ।