ଲକ୍ଷେଶ୍ୱର ନିର୍ମାଣ ଶ୍ରମିକ ସଂଘର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

କଟକ ୦୨/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )- ଉରାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଇନ୍ଧାସ୍ଥିତ ଶ୍ରୀ ଲକ୍ଷେଶ୍ୱର ନିର୍ମାଣ ସଂଘର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା କାନନଵିହାରୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ହିନ୍ଦ ମଜଦୁର ସଭାର ସମ୍ପାଦକ ମନୋରଞ୍ଜନ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ହକ ପାଇଁ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ। ଆଧ୍ୟାତ୍ମିକ ପତ୍ରିକା ‘ଦିଵ୍ୟାଲୋକ ସନ୍ଧାନେ’ର ସମ୍ପାଦକ , ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ସନ୍ନ୍ୟାସୀ ଜୀ ନିର୍ମାଣ ଶ୍ରମିକ ମାନେ ସମାଜର ମେରୁଦଣ୍ଡ ବୋଲି ଅଭିହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ କଟକ ସଦର ପ୍ରେସ କ୍ଲବର ସଭାପତି ସୁରେନ୍ଦ୍ର ମହାପାତ୍ର,କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ଦିଲ୍ଲିପ ମହାରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସାଧ୍ୟାରଣ ସମ୍ପାଦକ ବିଭୂତି ଭୂଷଣ ତରାଇ ସ୍ୱାଗତ ଭାଷଣ ଓ ସଂଘ ସଭାପତି ରବୀନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ କିଛି ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଲୋଚନା ବାରିକ, ଲକ୍ଷ୍ମୀଧର ଭୋଇ, କ୍ଷୀରୋଦ ବେହେରା, ପ୍ରଦୀପ୍ତ ହାଇ, ସୁବାଷ ଭୋଇ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *