“ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମ “ପ୍ରତିକୂଳତା ସୃଜନଶୀଳତାକୁ ଉତ୍ସାହିତ କରେ”

 ଭୁବନେଶ୍ୱର,୨୯/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜୀବନର ସଂଗ୍ରାମ ଓ ସଂଘର୍ଷ  ମଣିଷକୁ ଅଧିକ ସଫଳ କରାଏ । ପ୍ରତିକୂଳତା ଆମ ଜୀବନକୁ ଅର୍ଥପୂର୍ଣ କରେ ଓ ତାହା ସୃଜନଶୀଳତାକୁ ଖୁବ ଉତ୍ସାହିତ କରେ ବୋଲି ଗାଳ୍ପିକ, ଗୀତିକାର ଓ ସଂଳାପକାର ବିଜୟ ମଲ୍ଲ ପ୍ରକାଶ କରିଛନ୍ତି ।

 ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ “ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମଲ୍ଲ କହିଛନ୍ତି ଯେ ସାହିତ୍ୟ ଆମ ଜୀବନର ସଂଘାତ ଓ ସଂଶୟକୁ ରୁପାୟିତ କରିଥାଏ ।

 ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଡ଼. ଅରବିନ୍ଦ ରାୟ ଏହି ସାକ୍ଷାତକାରରେ ଅଂଶ ଗ୍ରହଣ କରିଥିଲେ । ଦିଲ୍ଲୀପ ବିଷୋୟୀ, ପ୍ରିୟରଞ୍ଜନ ସାହୁ ନନ୍ଦ କିଶୋର ବିଶ୍ୱାଳ, ରମେଶ ପଟ୍ଟନାୟକ ଓ  ସଞ୍ଜୟ ମହାନ୍ତି ପ୍ରମୁଖ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ଶ୍ରୀ ମଲ୍ଲ ତାଙ୍କ ବ୍ୟକ୍ତି ତଥା ସୃଜନ ଜୀବନ ବାବଦରେ ଉଲ୍ଲେଖ କରିଥିଲେ । ସେ ସମକାଳର ତରୁଣପ୍ରତିଭାମାନଙ୍କୁ ଅଧିକ ଅଧ୍ୟୟନ ଓ ସାଧନା ପାଇଁ ପରାମର୍ଶ ଦେଇଥିଲେ ।  କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପରିଚୟ ପ୍ରଦାନ କରିଥିଲେ ।

ଉପସଭାପତି ମିନତି ଦାଶ (ମାନୀ)ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ  ସତ୍ୟ ନାରାୟଣ ସିଂହ, ଅକ୍ଷୟ ପାଳ, ଲକ୍ଷ୍ମୀଧର ଦାଶ,ଶର୍ମିଷ୍ଠା ମହାପାତ୍ର ପ୍ରଦ୍ୟୁମ୍ନ ପଟ୍ଟନାୟକ, ଶ୍ୟାମାକିଙ୍କର ମହାନ୍ତି, ଚିତ୍ତରଞ୍ଜନ ବର୍ମା, ବାସନ୍ତୀ ମହାନ୍ତି, ନୃସିଂହ ତରାଇ, ସୁବୋଧ କାନୁନଗୋ, ପ୍ରହରାଜ ଜୟନାରାୟଣ ନନ୍ଦ, ନିରୁପମା କର,ଚିନ୍ମୟୀ ପଣ୍ଡା, ଯୋଗାନନ୍ଦ ସାହୁ,ଦେବରାଜ ବିଷୋୟୀ, ଉଷାରାଣୀ ଆଚାର୍ଯ୍ୟ, ପ୍ରଣତି ପରିଡା, ବିଦ୍ୟୁତପ୍ରଭା ଗନ୍ତାୟତ, ସୁଧା ପଟ୍ଟନାୟକ, ବୀଣାପାଣି ମିଶ୍ର,ପ୍ରିୟରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ବେହେରା, ନିରୁପମା ରଥ,  ସୁଶାନ୍ତ ଷଡ଼ଙ୍ଗୀ,ପବିତ୍ର ମୋହନ ବାରିକ, ସୁଷମା ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଅନ୍ୟତମ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *