କଟକ,୦୭/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଆୟୋଜିତ ବିଭିନ୍ନ ସଚେତନତାମୂଳକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ସେଲ୍ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା। ଏଥିସହ ମହିଳାଙ୍କ ଆଇନଗତ ଅଧିକାର, ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା ଉପରେ ସେମିନାର ଓ କର୍ମଶାଳା ଆୟୋଜନ କରାଯାଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଛାତ୍ରୀମାନଙ୍କ ପ୍ରତିଭା ଓ ସୃଜନଶୀଳତାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟରୁ ‘ଶକ୍ତିଶ୍ରୀ ସାଥୀ’ ଚୟନ କରାଯାଇଥିଲା।
ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରଶ୍ମିରେଖା ପୃଷ୍ଟିଙ୍କ ସମେତ ଡ. ବଂଶୀଧର ଦାସ, ଶ୍ରୀ ବିଜୟ କୁମାର ଦାସ,ଡ. ବିନୋଦିନୀ ଦାସ ଓ ମନୋରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମନିର୍ଭର, ସଚେତନ ଓ ସଶକ୍ତ ହେବାକୁ ପ୍ରେରଣା ଦେଇଥିଲେ।
ଶକ୍ତିଶ୍ରୀ ସେଲ୍ର ସଂଯୋଜିକା ପ୍ରଜ୍ଞା ବେହେରା ସେଲ୍ର ବିଭିନ୍ନ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିବା ସହ ଏହାର ଭବିଷ୍ୟତ ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ପ୍ରସ୍ତୁତ ୱାଲ୍ ମ୍ୟାଗାଜିନ୍ ଉଦ୍ଘାଟିତ ହୋଇଥିଲା।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଭାଗ ବିଭାଗୀୟ ମୁଖ୍ୟ ତଥା ଅଧ୍ୟାପକ , ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିବା ବେଳେ ଛାତ୍ରୀ ସ୍ୱେଚ୍ଛାସେବିକାମାନେ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
