କଟକ ସଦର, ୧୮/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ତତ୍ତ୍ୱାବଧାନରେ ଆଜି ସୋମବାର ଦିନ ଵୈୟାଳିଶ ମୌଜା କଳପଡା କଲ୍ୟାଣୀ ମଣ୍ଡପ ଠାରେ ଏକ ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି।

ତୁହାକୁ ତୁହା ଵର୍ଷା ତଥା ପ୍ରତିକୂଳ ପାଗ ସତ୍ୱେ ଶିବିରରେ ଏକଶହ ଏକ ଜଣ ରକ୍ତଦାତା ଜୀଵନଦାତା ରକ୍ତଦାନ କରିଥିଲେ। ଶିବିର ପରିଚାଳନାରେ ୟୁନିୟନର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ଙ୍କ ସମେତ ସୂଦର୍ଶନ ଜେନା, ପ୍ରକାଶ ମାଝି,ସୁଧିର ଶତପଥୀ, ସର୍ବେଶ୍ଵର ସ୍ୱ।ଇଁ ପ୍ରମୁଖ ସହାୟତା କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
