ରଥ ଟାଣିଲେ ବିଶିଷ୍ଟ ସମାଜସେବୀ ପ୍ରଫେସର ମନୋଜ ନାୟକ
କଟକ ସଦର,୨୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀ, ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଓଡଖଣ୍ଡ ଠାରେ ପ୍ରସିଦ୍ଧ ଘୋଷ ଯାତ ମହାସମାରୋହରେ ଏଵଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଏକାକାର ହେଲେ ଭକ୍ତ ଓ ପ୍ରଭୁ ଶ୍ରୀଜଗନ୍ନାଥ। ଧାରିବିଲ ଗ୍ରାମର ଶିକ୍ଷାବିତ୍ ଅମିୟ କିଶୋର ଦାସଙ୍କ ଘରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଅବସରପ୍ରାପ୍ତ ପ୍ରଶାସକ ରାଜକିଶୋର ମହାନ୍ତି ଆଣି ରଥ ଯାତ୍ରା ଆରମ୍ଭ କରିଥିଲେ । ଏବେ ଶ୍ରୀ ଜଗନ୍ନାଥ ପରିଚାଳନା କମିଟି ଗଠନ କରାଯାଇ ଅଂଚଳର ଲୋକମାନଙ୍କ ସହଯୋଗରେ ରଥ ଯାତ୍ରା ଅନୁଷ୍ଠିତ ହେଉଛି । ରଥ ଯାତ୍ରା ଆରମ୍ଭ କରିଥିବା ରାଜ କିଶୋର ମହାନ୍ତି ଠାକୁର ରାଜା ଭାବେ ରଥ ରେ ଛେରା ପହଁରା କରିଥିଲେ ।
ଏହି ଅବସରରେ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଉକ୍ତ ରଥ ଯାତରେ ଯୋଗ ଦେଇ ରଥ ଟାଣି ଆଶ୍ରୀର୍ଵାଦ ଭିକ୍ଷା କରିବା ସହିତ କଟକ ସଦର ଜନସାଧାରଣ ଙ୍କ ମଙ୍ଗଳ କାମନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ ନାୟକ, ଅଭିମନ୍ୟୁ ସାହୁ, ରାକେଶ ମହାନ୍ତି,ଲିପ୍ତି ମହାନ୍ତି,ସରୋଜ ଭଟ୍ଟ, ମଦନ ଦାସ,ଦିଲୋକ ଦାସ,ଶିଵ ଦାସ, ଚନ୍ଦ୍ରକାନ୍ତ ମହାନ୍ତି,ଅଜୟ ସେଠୀ, ଅଜୟ ମହାନ୍ତି ପ୍ରମୁଖ ଙ୍କ ସହିତ ଓଡଖଣ୍ଡ ଶ୍ରୀଜଗନ୍ନାଥ ପରିଚାଳନା କମିଟି ର ସଦସ୍ୟ ମାନେ ସାମିଲ ହୋଇଥିଲେ।
