ଭୁବନ ତିନି ରଥ ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ପହଞ୍ଚିଲା

 ମହିଳା ଟାଣିଲେ ସୁଭଦ୍ରା ଙ୍କ ରଥ

ଭୁବନ, ୨୭/୦୬/୨୦୨୫ (ଓଡ଼ିଶା ସମାଚାର)-  ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ଘୋଷ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୬ ଘଟିକା ସମୟରେ ଦେଉଳ ଫିଟା,ଦ୍ଵାରପାଳ ପୂଜା,ମଙ୍ଗଳ ଆଳତି,୮ଘଟିକାରେ ପାଟବସ୍ତ୍ର ଆନୟନ,୧୦ ଘଟିକା ରେ ଆଜ୍ଞାମାଳ ବିଜେ,୧୧ ଘଟିକା ରେ ମହାପ୍ରସାଦ ନୀତି ,୧୨ ଘଟିକା ରେ ରଥ ପ୍ରତିଷ୍ଠା ପରେ ୧ ଘଟିକା ରେ ସେବାୟତ ମନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ ।

୨ ଘଟିକା ରେ ମହାପ୍ରଭୁ ଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ଛେରା ପହଁରା କରିଥିଲେ ଓ ଅପରାହ୍ନ ୪ ଘଟିକା ସମୟରେ ରଥ ଟଣl ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ନୂଆ ବଜାର ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ତିନି ରଥ ପହଞ୍ଚିଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । ନୂଆ ବଜାର ବଣିକ ସଂଘ ତରଫରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେଉଛି । ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ସେବାୟତ,ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ, ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଧୀରେନ ସ୍ୱାଇଁ ଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ଏହି ପବିତ୍ର ରଥ ଯାତ୍ରା ରେ ସାମିଲ ହୋଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ ।

ଡ଼ାଜଲିଙ୍ଗ କ୍ଳବ୍ , ଗ୍ଲୋରିଅସ କ୍ଲବ ଏବଂ ଖୁସି ବାଣ୍ଟିବା ସେବା ସଂଗଠନ ଦ୍ଵାରା ସହସ୍ରାଧିକ ଭକ୍ତ ଉପରେ ପାଣି ସ୍ପ୍ରେ କରାଯିବା ସହ ଥଣ୍ଡା ସରବତ ପ୍ରସାଦ ବଣ୍ଟନ ,ଭିଡ ନିୟନ୍ତ୍ରଣ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ଆସନ୍ତା କାଲି ଅପରାହ୍ନ ରେ ପୁନର୍ବାର ରଥଟଣ। ହୋଇ ବଡ଼ହାଟ ସ୍ଥିତ ମାଉସୀ ମା ମନ୍ଦିର କୁ ନିଆଯିବ । ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *