ଓରମାସ  ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ ଉଦଘାଟିତ

କେନ୍ଦ୍ରାପଡ଼ା,୧୭/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର ଜ୍ଞାନପୀଠ ସମ୍ମୁଖରେ ଓରମାସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ପର୍ବ ଅବସରରେ ଦୀପାବଳି ଷ୍ଟଲ ଖୋଲାଯାଇଛି । ଜିଲଳ ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଏହି ଷ୍ଟଲର ଶୁଭଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିରୋଦ କୁମାର ଜେନା, ଓଡିଶା ଜୀବିକା ମିଶନର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ଏକଜିକ୍ୟୁଟିଭ ଆସିଷ୍ଟାନ୍ଟ ପ୍ରିୟଙ୍କା ରାଉଳ, ଏଫପିଓ ସଂଯୋଜକ ରୋଜାଲିନ ପଲାଇ, ଏଫପିଓ ସିଇଓ ରବିନାରାୟଣ ଦାସ, ବିଜନେସ ମ୍ୟାନେଜର କେଦାରନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ମହାକାଳପଡ଼ା ବ୍ଲକ ତେରଗାଁର ବନଦୁର୍ଗା ଟେରାକୋଟା, ମାର୍ଶାଘାଇ ବ୍ଲକ ପରକୁଳର ମା’ ଜଗଧାତ୍ରୀ ଟେରାକୋଟା ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦୀପ ଏବଂ ଅନ୍ୟ ଦୀପାବଳି ସାମଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟପାଇଁ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲ ଆସନ୍ତା ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ । ଜନସାଧାରଣ ବହୁ ମାତ୍ରାରେ ଆସି ଏହି ସ୍ୱତନ୍ତ୍ର ଷ୍ଟଲରୁ ଟେରାକୋଟା ପ୍ରସ୍ତୁତ ସାମଗ୍ରୀ କିଣି କାରିଗରମାନଙ୍କ ଆର୍ଥିକ ବିକାଶରେ ସହାୟକ ହେବାକୁ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *