ଭକ୍ତି ଓ ଶ୍ରଦ୍ଧା ରେ ଅନୁଷ୍ଠିତ ହେଲା  ଶ୍ରୀଗୁଣ୍ଡିଚା ରଥଯାତ୍ରା 

 ମାହାଙ୍ଗା ୨୭/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କୋଟି ଓଡ଼ିଆଙ୍କ ମଉଡମଣୀ, ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥ,ବଡ଼ଠାକୁର ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଘୋଷ ଯାତ୍ରା ମାହାଙ୍ଗାର ବ୍ଲକ ବିରୂପା ଗେଙ୍ଗୁଟି ଦୋଆବ ଅଂଚଳ ଅନ୍ତର୍ଗତ ବାଲିପଡିଆ ଠାରେ ମହସମାରୋହରେ ପାଳନ ହୋଇ ଯାଇଛି।

ବାଲିପଡିଆ ସ୍ଥିତ ଶ୍ରୀ ଜଗନାଥ ମନ୍ଦିର ପ୍ରାଙ୍ଗଣରୁ ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହୋଇ,ପ୍ରସିଦ୍ଧ ବାଲିପଡିଆ ମେଲଣ ପଡିଆ ସ୍ଥିତ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ରଥରେ ଠାକୁର ରାଜା ଭାବେ ଜ୍ଞାନେନ୍ଦ୍ର କୁମାର ମହାନ୍ତି ଛେରା ପହଁରା କରିଥିବା ବେଳେ, ପୁଷ୍ପ ସେବକ ଦିବାକର ମହାରଣା ଓ ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ପାଣି ଏବଂ ବହୁ ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ଯାତ୍ରା ସମାହିତ ହୋଇଥିଲା।

ଏହି ଶ୍ରୀଗୁଣ୍ଡିଚା ଉତ୍ସବକୁ ଆଡମ୍ବର ଭାବେ ପାଳନ କରିବା ପାଇଁ ସ୍ଥାନୀୟ ଯୁବ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି,ଯୁବ ସମାଜସେବୀ ସ୍ଵାଧିନ ମହାନ୍ତି,ସୁବାସ ମହାନ୍ତି,ଲୁଲୁ ପଣ୍ଡା,ବିକ୍ରମ ପାଣି,ପ୍ରଶାନ୍ତ କୁମାର ମହାନ୍ତି,ଶଶି ଭୂଷଣ ମହାନ୍ତି,ଜିତେନ୍ଦ୍ର ନାଥ ମହାନ୍ତି,କଳିଙ୍ଗ ମହାନ୍ତି,ଅକ୍ଷୟ କୁମାର ସିଂହ ଏବଂ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ସହଯୋଗ କରିବା ଦେଖିବାକୁ ମିଳିଥିଲା । ଏଥିରେ ଶହଶହ ଶ୍ରଦ୍ଧାଳୁ ସାମିଲ ହୋଇ ରଥ ଟାଣିଥିଲେ  ।

Leave a Reply

Your email address will not be published. Required fields are marked *