କିଶନନଗର ଠାରେ ମାର୍ଚ୍ଚ ମାସ ପୂର୍ବରୁ ଷ୍ଟେଟବ୍ୟାଙ୍କ ଉଦ୍ଘାଟନ !

କଟକ ସଦର ,୧୪/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନର ପ୍ରତିକ୍ଷା ଓ ଦାବି ଫଳରେ ଆବଶ୍ୟକତା ଦୃଷ୍ଟିରୁ ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ କିଶନନଗର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ ବି ଆଇ) ଅନ୍ୟ ଏକ ଶାଖା ଖୋଲିବାକୁ ଯାଉଥିବା ଖଵର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବ୍ୟାଙ୍କ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଷ୍ଟେଟବ୍ୟାଙ୍କ କର୍ତ୍ତୃପକ୍ଷ ଭଡ଼ାରେ କୋଠା ନେଇ ବ୍ୟାଙ୍କ ଖୋଲିବାକୁ ମନସ୍ଥ କରି ଟେଣ୍ଡର ଆହ୍ବାନ କରିଥିଲେ।

ଏଥିରେ କିଶନନଗରର ଅନେକ ଲୋକ ଟେଣ୍ଡର ପକାଇଥିବା ବେଳେ କିଶନନଗର କଲେଜ ରୋଡର ସରକାରୀ ଚିନ୍ତାମଣି ହାଇସ୍କୁଲ ସାମ୍ନାରେ ଥିବା ଏକ କୋଠା ଉପଯୁକ୍ତ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ମନସ୍ଥ କରିଥିବା ଜଣାଯାଇଛି। ଏଥିପାଇଁ ଯୁଦ୍ଧ କାଳୀନ ଭିତିରେ ଵ୍ୟାଙ୍କ ର ସୁବିଧା ଅନୁଯାୟୀ ଉକ୍ତ କୋଠାର ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଥିବା ଜଣାପଡିଛି। ଏଥିପାଇଁ କିଶନନଗର ଓ ଏହାର ଆଖପାଖ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *