ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

ଭୁବନେଶ୍ୱର,୨୩/୦୪/୨୦୨୬ (ଓଡ଼ିଶା ସମାଚାର)-  ବମିଖାଲ ଠାରେ ଶ୍ରୀ ଶ୍ରୀ ସକଳେସ୍ୱର ମହାଦେବ ଓ ହନୁମାନଙ୍କ ୨୧ ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ୨୦ ତାରିଖ ପ୍ରାତଃ ଆରମ୍ଭ ହୋଇ ୨୩ ତାରିଖରେ ସମାପନ ହୋଇଛି ।

ଅଙ୍କୁରରୋପଣ ଅଧିବାସ ସହ ସୂର୍ଯ୍ୟ ପୂଜା, ଚଣ୍ଡୀ ଆହୁତି ଶିବ ସହସ୍ର ନାମ,ରାମ ତାରକ ମନ୍ତ୍ର, ରୁଦ୍ରାଭିଷେକ, ଅଗ୍ନିକୁଣ୍ଡ ସଂସ୍କାର ପୂର୍ଣ୍ଣାହୂତି  ପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି । ପୂଜକ ଶିବ ପ୍ରସାଦ ମିଶ୍ର, ବାବୁଲି ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠାନର ସଦସ୍ୟ ନିମାଇଁ ଚରଣ ମହାନ୍ତି, କମଳ ମହାନ୍ତି ଓ ଟ୍ରଷ୍ଟି ପ୍ରଫୁଲ୍ଲ ରଥ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । ପ୍ରାୟ ଚାରି ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା  ।

Leave a Reply

Your email address will not be published. Required fields are marked *