ଓଡିଶା ହାଣ୍ଡିକ୍ରାଫ୍ଟ ଆୱାଡ଼ି ଆସୋସିଏସନର ଶିଳ୍ପୀ ସମାବେଶ ।

ନିରାକାରପୁର, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ହାଣ୍ଡିକ୍ରାଫ୍ଟ ଆାୱାଡି ଆସୋସିଏସନର ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ନରଣଗଡ ଗ୍ରାମପଂଚାୟତ ହାଡପଦାସ୍ଥିତ ମା ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ପଥର ଶିଳ୍ପୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ନରଣଗଡ ଗ୍ରାମପଂଚାୟତର ନରଣଗଡ, ହାଡପଦା,କୁରୁମୁପଡା,ଭୋଗପୁର ଗ୍ରାମର ପ୍ରାୟ ୧୦୦ରୁ ଉର୍ଦ୍ଧ ପଥର ଶିଳ୍ପୀ ଯୋଗଦେଇଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ କୃଷ୍ଣଚନ୍ଦ୍ର ମାହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ରାଜ୍ୟପୁରସ୍କାରପ୍ରାପ୍ତ ପଥର ଶିଳ୍ପୀ ବ୍ରହ୍ମାନନ୍ଦ ମହାରଣା,ସଂଗଠନର ସଂଯୋଜକ ବିଷ୍ନୁଚରଣ ଖଂଟିଆ,ପଥର ଶିଳ୍ପୀ ଗଜେନ୍ଦ୍ର ମାର୍ଥା,ଧନେଶ୍ୱର ଜେନା ପ୍ରମୁଖ ଯୋଗଦେଇ ଶିଳ୍ପୀ ମାନଙ୍କର ବହୁବିଧ ଅସୁବିଧା ସଂପର୍କରେ ଆଲୋକପାତ କରିଥିଲେ । ପଥର ଶିଳ୍ପୀ ମାନେ କାମ କରିବାକୁ ପଥର ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଥିଲ । ଯଦିଓ ଉକôଳିକା ଶିଳ୍ପୀ ମାନଙ୍କୁ ପଥର ଯୋଗାଇଦେବା ନିମନ୍ତେ ପ୍ରତିଶୃତି ପ୍ରଦାନ କରିଛି ତାହାକୁ ଶିଳ୍ପୀ ମାନେ ପାଇବାରେ ବହୁଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଶିଳ୍ପୀ ମାନେ ଖୋଲାଖୋଲି ଅଭିଯୋଗ କରିଥିଲେ । ଗ୍ରାମରେ ପ୍ରାୟ ୨୦୦ସହରୁ ଉର୍ଦ୍ଧ ପରିବାର ପଥର ମୂର୍ତି କରି ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ସରକାରଙ୍କ ତରଫରୁ ସମସ୍ତ ଶିଳ୍ପୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇନଥିବାରୁ ସରକାରୀ ଯୋଜନାରୁ ଶିଳ୍ପୀ ମାନେ ଲାଭ ଉଠାଇଧରୁନଥିବା କହିଥିଲେ । କେଉଁ ଜେଜେବାବା ଅମଳରୁ ନିଜର କୈାଳିକ ବୃତିକୁ ଆପଣାଇ ନିଜର ପରିବାର ଗୁଜୁରାଣ ମେଂଟାଉଥିବା ଏହି ଶିଳ୍ପୀ ପରିବାର ମାନଙ୍କୁ ସରକାର ସହାୟତା ପ୍ରଦାନ ନକଲେ ଶିଳ୍ପୀ କୁଳ ବୁଡିଯିବର ସମ୍ଭାବନା ରହିଛି ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ସରକାରୀ ସ୍ତରରେ ପଥର ଶିଳ୍ପୀ ମାନଙ୍କୁ ସରକାର ପ୍ରର୍ଯ୍ୟାପ୍ତ ପରିମାଣରେ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘର ସଂଯୋଜକ ଶ୍ରୀଯୁକ୍ତ ଖୁଂଟିଆ ମତବ୍ୟକ୍ତ କରିଥିଲେ । ଶିଳ୍ପୀ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *