ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ପ୍ରକୃତି ମହୋତ୍ସବ

ସାଲେପୁର,୨୦/୦୨/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ସାଲେପୁର ବ୍ଲକ ଗୋପୀନାଥପୁର ସେଣ୍ଟ ଜାଭିୟରସ ହାଇସ୍କୁଲ ଆନୁକୂଲ୍ୟରେ ଓଡିଶା ସରକାରଙ୍କ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସହଯୋଗରେ ଏକ ଦିବସ ବ୍ୟାପୀ ପ୍ରକୃତି ମହୋତ୍ସବ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟକ ଭାବେ କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟ୍ ଲିଃ.ର ସଭାପତି ପ୍ରମୋଦ କୁମାର ସାହୁ, ମୁଖ୍ୟଅତିଥି ଭାବେ ସର୍ବଶକ୍ତି ଓ କୃଷକ ସମ୍ବାଦର ସଂପାଦକ ଭାସ୍କର ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସୁନାମଧନ୍ୟ ଶିକ୍ଷକ ଡ. ଗୌତମ ମହାରଣା, ବିଶିଷ୍ଟ ଅତିଥି ଭାବେ ସାମ୍ବାଦିକ ଅକ୍ଷୟ କୁମାର ଦାସ ଓ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଡ. ପ୍ରସନ୍ନ କୁମାର ଦାସ ପ୍ରମୁଖ ଯୋଗଦାନ କରି ପରିବେଶର ସୁସ୍ଥତା ତଥା ପ୍ରକୃତିର ସମ୍ମୁଥାନ ନିମିତ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ନିମିତ ବିବିଧ ସକରାତ୍ମକ ଓ ବାସ୍ତବବାଦୀ ମତ ପ୍ରଦାନ କରିଥିଲେ ।

ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସିଇଏସ୍‌ ର ଯୋଜନା ସହାୟକ ଭରତ ଚନ୍ଦ୍ର ଜେନାଙ୍କ ପ୍ରବର୍ତ୍ତନାକ୍ରମେ ଏହି ଅବସରରେ ବିଦ୍ୟାଳୟ ନିକଟସ୍ଥ ରାମେଶ୍ୱର ଗ୍ରାମର ଏକ ଦଳ ପୂର୍ଣ୍ଣ ପୋଖରୀକୁ ସଂପୂର୍ଣ୍ଣ ସଫେଇ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସଚେତନତା ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଜଳ ସଂରକ୍ଷଣ ସଂପର୍କୀତ ଏକ ଆନ୍ତଃବିଦ୍ୟାଳୟ ସ୍ତରୀୟ ଜୁନିୟର ଓ ସିନିୟର ବିଭାଗର ଚିତ୍ରାଙ୍କନ ପ୍ରତିଯୋଗିତା  ଓ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ସିଲ୍‌ଡ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟ ଅଧ୍ୟକ୍ଷା ଦେବସ୍ମିତା ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଦିପ୍ତିକାନ୍ତ ଜେନା, ଦିପ୍ତିମୟୀ ବାରିକ, ଦୁର୍ଗାପଦ ନାୟକ, ପ୍ରିୟଙ୍କା ମହାନ୍ତି, କୃଷ୍ଣା ମହାରଣା, ସୁଜାତା ଶତପଥି, ଅର୍ପିତା ପରିଡା, ଯଶୋବନ୍ତୀ ଭୂୟାଁ, ରାଜଶ୍ରୀ ମହାନ୍ତି, ଭାରତୀ ଶତପଥି, ସୋମାସାଗରିକା କୁଣ୍ଡୁ, ଚିନ୍ମୟୀ ଦାସ,ଫରାତ ଆରା, ମଧୁସ୍ମିତା ନାୟକ, ଡଲିପ୍ତା ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ବିଦ୍ୟାଳୟ ପକ୍ଷରୁ  ଏତାଦୃଶ୍ୟ ଅନନ୍ୟ ପରିବେଶ ସଂପର୍କୀତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ  ଭୂୟଶୀ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *