ପିକଅପ୍ ଭ୍ୟାନ ଧକ୍କାରେ ମହିଳା ମୃତ, ଦୋକାନ କ୍ଷତିଗ୍ରସ୍ତ 

କଟକ ସଦର, ୨୩/୦୫/୨୦୨୫ (ଓଡ଼ିଶା ସମାଚାର /ଵିଷ୍ଣ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥର କନ୍ଦରପୁର ନୂଆ ପୋଲ ଠାରେ ଆଜି ଶୁକ୍ରବାର ଅପରାହ୍ନରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଜଣେ ମହିଳାଙ୍କ ର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଭ୍ୟାନ ଟି ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯିବାରୁ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ ପାରାଦ୍ଵୀପ ପଟୁ କଟକ ଅଭିମୁଖେ ଯାଉଥିବା ପିକଅପ୍ ଭ୍ୟାନ ଟି ଘଟଣା ସ୍ଥଳରେ ବ୍ୟାଙ୍କ ରୁ ଫେରି ଖରାଯୋଗୁ ଠିଆ ହୋଇଥିବା ସ୍ଥାନୀୟ କମାପୁର ଗ୍ରାମର ଯୋଗେନ୍ଦ୍ର ଦଳେଇ (ବଣିଆ)ଙ୍କ ସ୍ତ୍ରୀ ସ୍ନେହଲତା ଦଳେଇ(୫୭) ଙ୍କ ଉପରେ ଚଢ଼ି ଯାଇ ଦୋକାନ ଉପରେ ମାଡି ଯାଇଥିଲା। ଖଵର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ସ୍ନେହଲତାଙ୍କୁ ବଡ ମେଡିକାଲ ପଠାଇଥିବା ବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *