ହିନ୍ଦୋଳ,୨୨/୦୬/୨୦୨୫ (ଓଡ଼ିଶା ସମାଚାର)-ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜନପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କର ଆଜି ମୁମ୍ବାଇରେ ସ୍ପୋଣ୍ଡାଲାଇସିସ୍ ଆର୍ଥରାଇଟିସ୍ ଅସ୍ତ୍ରୋପଚାର ହୋଇଛି । ଓଡିଶାର କୋଣ ଅନୁକୋଣରେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାଅର୍ଚ୍ଚନା କରାଯାଇଛି ।
ସେହିପରି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ମା ବୁଢୀ ଠାକୁରାଣୀଙ୍କ ପୀଠ ଏବଂ ସୁକିଆବାଉତି ପୀଠରେ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁଙ୍କ ନେତୃତ୍ବରେ ବିଜୁ ଜନତାଦଳ ହିନ୍ଦୋଳ ତରଫରୁ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ଓ ଆଶୁ ଆରୋଗ୍ୟ କାମନା କରି ୧୦୮ ସାମୂହିକ ଦୀପଦାନ ସହ ପୂଜା ଅର୍ଚ୍ଚନା କରାଯାଇଛି । ଉକ୍ତ ପୂଜା ଅର୍ଚ୍ଚନା କାର୍ଯ୍ୟକ୍ରମରେ ଶ୍ରୀ ସାହୁଙ୍କ ସହ କୁନୁଆ ସରପଞ୍ଚ ବାଉରିବନ୍ଧୁ ସାମଲ, ପୂର୍ବତନ ସମିତି ସଭ୍ୟ ବିଲ୍ଲୀ ବେହେରା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ପ୍ରଶାନ୍ତ ଦାସ, ଦୀପୁ ସାମଲଙ୍କ ସହ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ ।
