ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ

ଜଗତସିଂହପୁର ୨୩/୦୯/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ,  ଠାରେ ସ୍ୱାସ୍ଥ୍ୟ ବିଭାଗ ଓ ପାରାଦ୍ବୀପ ଫସପେଟ ଲିମିଟେଡ଼ର ମିଳିତ ଉଦ୍ୟମରେ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଭିଯାନ ଅନ୍ତର୍ଗତ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଟିବି ଫୋରମ ମିଟିଂ, ନି-କ୍ଷୟ ମିତ୍ରଙ୍କ ଦ୍ଵାରା ପୃଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ, ଟିବି ମୁକ୍ତ ପଞ୍ଚାୟତ ଓ ନି-କ୍ଷୟ ମିତ୍ର ମାନଙ୍କୁ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ  ଜିଲ୍ଲାପାଳ,ଜଗତସିଂହପୁର ଶ୍ରୀ ଜେ ସୋନାଲ  ଉଦଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ-ଜିଲ୍ଲା ପରିଷଦ ଶ୍ରୀ ରବି ନାରାୟଣ ଜେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଓ ମୁଖ୍ୟ ପରିଚାଳକ ପରାଦ୍ବୀପ ଫସପେଟ ଲିମିଟେଡ଼ ଏବଂ ଜିଲ୍ଲାସ୍ଵାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଆଜିର କାର୍ଯ୍ୟକ୍ରମରେ ଟିବି ମୁକ୍ତ ଭାରତ ଅଭିଯାନ ଓ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନର ଅଂଶବିଶେଷ ସ୍ବରୂପ  ନି-କ୍ଷୟ ମିତ୍ରଙ୍କ ଦ୍ଵାରା ଜଗତସିଂହପୁର ଓ ତିର୍ତ୍ତୋଲ ବ୍ଲକର୧୦୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଖାଦ୍ୟ ପ୍ୟାକେଟ ବଣ୍ଟନ ଅଭିଯାନ ଆରମ୍ଭ କରାଗଲା । ଏଥିସହିତ ୨୦୨୩ ଓ ୨୦୨୪ ବର୍ଷ ପାଇଁ ଜିଲ୍ଲାର ସମୁଦାୟ ୧୯୮ଟି  ଗ୍ରାମପଞ୍ଚାୟତ ମଧ୍ୟରୁ ୧୫୦ଟି ପଞ୍ଚାୟତକୁ ସମ୍ବର୍ଦ୍ଧିତ କରାଗଲା । ସେଥିମଧ୍ୟରୁ ୨୦୨୩ ବର୍ଷ ପାଇଁ ୫୦ଟି ପଞ୍ଚାୟତ ଟିବି ମୁକ୍ତ ଘୋଷଣା ହୋଇଥିବା ବେଳେ, ୨୦୨୪ ବର୍ଷ ପାଇଁ ୧୦୦ଟି ପଞ୍ଚାୟତ ଟିବି ମୁକ୍ତ ଘୋଷଣା କରାଯାଇ ଗାନ୍ଧୀଙ୍କ ପ୍ରତିମୂର୍ତି ସହ ମାନପତ୍ର ପ୍ରଦାନ କରାଗଲା ।

Leave a Reply

Your email address will not be published. Required fields are marked *