ଖୋର୍ଦ୍ଧା, ୨୬/୦୧/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ପଲ୍ଲା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ତୃତୀୟ ପଲ୍ଲା କପ ୨୦୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚଟି ଜରିପୁଟ ୱାରୀୟର୍ସ ବନାମ କୋଣାର୍କ ନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଜରିପୁଟ ୱାରୀୟର୍ସ ଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୧୪ ଓଭରରେ ୮ ଉଇକେଟ ହରାଇ ୧୪୦ରନ ସଂଗ୍ରହ କରିଥିଲା । ଏହାର ଜବାବରେ କୋଣାର୍କ ନଗର ଦଳ ୧୪ ଓଭରରେ ୬ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା । ଚଳିତବର୍ଷର ବିଜେତା ଜରିପୁଟ ୱାରୀୟର୍ସ ହୋଇପାରିଥିଲା । କୀର୍ତ୍ତିପନ ରାଉତରାୟ ଓ ଅଶୋକ ପରିଡା ଖେଳ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ବକ୍ତବ୍ୟ ରେ ପ୍ରକାଶ କରିଥିଲେ କି ଖେଳ ଦ୍ୱାରା ମାନସିକ ସ୍ଥିରତା, ଶାରୀରିକ ବିକାଶ, ଏକାଗ୍ରତା, ଓ ଭାଇଚାରା ଭାବ ସୃଷ୍ଟି ହୋଇଥାଏ । ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରସି ପ୍ରଦାନ କରାଯାଇଥିଲା । ସହଯୋଗ କରିଥିଲେ ହାପି, ଶିବୁନା, ସିପୁ, ଚାନ୍ଦ, ଲକି,ବନା, ପ୍ରଭୁ ଏବଂ ସୁରସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ତୃତୀୟ ପଲ୍ଲା କପ ଖୋରଧା ୨୦୨୪ ଫାଇନାଲ ମ୍ୟାଚ :- ଜରିପୁଟ ୱାରୀୟର୍ସ ବିଜେତା
