କାଇପଦର, ଭୁଷଣ୍ଡପୁର ଓ କୁହୁଡି ଷ୍ଟେସନରେ ବିଭିନ୍ନ ଟ୍ରେନ ରହଣୀ ପାଇଁ  କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଦାବିପତ୍ର

ଖୋର୍ଦ୍ଧା,୭/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଭୂବନେଶ୍ବର ରେଳ ଷ୍ଟେସନଠାରେ ମାନନୀୟ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ଭେଟି  ଖୋର୍ଦ୍ଧା ଅଞ୍ଚଳର କିଛି ରେଳ ସମସ୍ୟା ସଂପର୍କରେ ଦାବି ପତ୍ର ଦିଆଯାଇଛି। କାଇପଦର୍ ରୋଡ ଷ୍ଟେସନ ରେ ଦୈନିକ ଯାତ୍ରୀ ଓ ସରକାରୀ ଚାକିରୀଆ ଙ୍କ ହିତ ଦୃଷ୍ଟିରୁ କଟକ‐ଗୁଣୁପୁର ମେମୁ ସ୍ପେସିଆଲ୍ ଟ୍ରେନ ର ରହଣି ତଥା ଷ୍ଟେସନର ପ୍ଳାଟଫର୍ମ ନିର୍ମାଣ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ, ଭୂଷଣ୍ତପୁର ଓ କୁହୁଡି ଷ୍ଟେସନରେ ହିରାଖଣ୍ତ ଓ ତିରୂପତି ଏକ୍ସପ୍ରେସର ପୁନଃ ରହଣି ସମ୍ପର୍କରେ ପୂର୍ବତଟ ଜିଏମ୍ ଏବଂ ଖୋର୍ଦ୍ଧାରୋଡ୍ ଡିଆରଏମଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା ଶ୍ରୀରଂଜନ ମଂଗରାଜ। ଅଂଚଳର ତରଫରୁ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ,୮ ଟି ଗ୍ରାମ ପଂଚାୟତର ସରପଂଚ, ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ଓ ଦୈନିକ ଯାତ୍ରୀ ଙ୍କ ସମସ୍ୟା ସମୁହକୁ ମନ୍ତ୍ରୀ ଙ୍କ ଆଗରେ ଦାବିପତ୍ର ସହ ଉପସ୍ଥାପନ କରିଥିଲେ ନେତା ଶ୍ରୀ ମଂଗରାଜ।

Leave a Reply

Your email address will not be published. Required fields are marked *