ଜୟରାଷ୍ଟ୍ର ପକ୍ଷରୁ ପରିକ୍ରମା କରିବ ରାମରଥ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୭/୦୧/୨୦୨୪ (ଓଡ଼ିଶା ସମାଚାର)- ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ସାମାଜିକ ସଂଗଠନ ଜୟରାଷ୍ଟ୍ର ପକ୍ଷରୁ ଏକ ଭବ୍ୟ ‘ରାମ ରଥ‘ ବିଭିନ୍ନ ଅଂଚଳ ପରିକ୍ରମା କରିବ । “ରାମ ରଥ” ପାଳକଣା ନିମ୍ବଦାରୁ ରାମ ମନ୍ଦିରରୁ ବାହାରି ବିଭିନ୍ନ ପଂଚାୟତ ପରିକ୍ରମା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ସ୍ଥାନୀୟ କୋର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ବ୍ୟତୀତ ମନ୍ଦିର ପ୍ରତିଷ୍ଠା ଦିବସ ଜାନୁଆରୀ ମାସ ୨୨ ତାରିଖ ଦିନ ସକାଳୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗ୍ରାମରେ ନଗର ସଙ୍କୀର୍ତନ କରାଯିବ । ପରେପରେ ଗୋପ ସ୍ଥିତ ରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସନ୍ଧ୍ୟାରେ କୋର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମୂହ ହନୁମାନ ଚାଳିଶା ପାଠ, ଗୋ ପୂଜନ, ହୋମ, ଯଜ୍ଞ, ପୂଜାର୍ଚ୍ଚନା କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖାରେ ଯୋଗଦେଇ ବିଭୁ କୃପା ଲାଭ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ସମାଜସେବୀ ସୀତାନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟାପକ ବୃନ୍ଦାବନ ଦାସ, ମଳୟ କୁମାର ସାହୁ, ସାମ୍ବାଦିକ ମାତୃଦତ ମହାନ୍ତି, ଅନିଲ କୁମାର ଜେନା, ପଦ୍ମଚରଣ ସୁତାର, ଜଗନ୍ନାଥ ମଲିକ, ରାଜକୁମାର ବିଶ୍ୱାଳ, ତୁଷାର ମିଶ୍ର, ଦୁଷ୍ମନ୍ତ ପରିଡା, ଚନ୍ଦ୍ରଭାନୁ ମହାନ୍ତି, କାଶୀନାଥ ବେହେରା, ଭଜନ ସୁତାର, କାହ୍ନୁଚରଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *