କେନ୍ଦ୍ରାପଡ଼ା, ୦୭/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଶ୍ରୀବଳଦେବଜୀଉ ଗୌଡୀୟ ସମ୍ପ୍ରଦାୟର ଭକ୍ତମାନଙ୍କ ଦ୍ୱାରା ଗୁରୁ ପାଦପଦ୍ମ ବିଶ୍ୱ ଗୌଡୀୟ ରାଜସଭାର ଅନ୍ତର୍ଜାତୀୟ ବୈଷ୍ଣବଧର୍ମର ପ୍ରଚାରକ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀମଦ୍ ଶ୍ରୀଲ ଭକ୍ତିବେଦାନ୍ତ ନାରାୟଣ ଗୌସ୍ୱାମୀ ଗୁରୁ ମହାରାଜାଙ୍କ ୧୩ତମ ତିରୋଭାବ ବିରହ ମହୋତ୍ସବ ଏବଂ ପରମପୂଜ୍ୟ ବେଦାନ୍ତ ବାମନ ଗୌସ୍ୱାମୀ ଗୁରୁ ମହାରାଜାଙ୍କ ୧୦୨ତମ ଶୁଭ ଆବିର୍ଭାବ ମହୋତ୍ସବ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ୭ଶହରୁ ଉଦ୍ଧ୍ୱର୍ ଗୌଡୀୟ ଭକ୍ତମାନଙ୍କ ଦ୍ୱାରା ମହାସମାରୋହରେ ପାଳିତ ହୋଇଯାଇଛି । ବୃନ୍ଦାବନର ନରହରି ଦାସ ବ୍ରହ୍ମଚାରୀଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନା, ସତସଙ୍ଗ, ପ୍ରବଚନ ଓ ନାମସଙ୍କୀର୍ତନ ଉତ୍ସବ ପରିଚାଳନାରେ ସଭାପତି ରାଜକିଶୋର ମହାନ୍ତି, ସମ୍ପାଦକ ରବୀନ୍ଦ୍ରନାଥ ମହାନ୍ତି, ଉପସଭାପତି ପ୍ରଦୀପ୍ତ କୁମାର ଦାଶ, କୋଷାଦ୍ୟକ୍ଷ ରତ୍ନାକର ରାଉତ, ସହ ସମ୍ପାଦକ କୁଞ୍ଜ ବିହାରୀ ନାୟକ, ଇଛାମୟୀ ପଣ୍ଡା, ସୁକାନ୍ତୀ ପତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଦ୍ୟରେ ସମାଜସେବୀ ଇଂ ମୂରଲୀଧର ସେଠୀ, ସୁଦର୍ଶନ ମହାପାତ୍ର, ଶିବ ପ୍ରସାଦ ବଡପଣ୍ଡା ପ୍ରମୁଖ ଯୋଗଦେଇ ଧାର୍ମିକ ଚେତନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ପୂର୍ଣ୍ଣାହୂତି ପୂର୍ବକ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା ।
Related Posts
ପଂଚମୁଖୀ ହନୁମାନ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର, ୧୩/୭/୨୦୨୪ (ଓଡ଼ିଶା ସମାଚାର)- ଚଳିତ ଆଷାଢ ମାସ ଶୁକ୍ଲପକ୍ଷ ଉତରା ଫାଲ୍ଗୁନୀ ନକ୍ଷତ୍ରେ କନ୍ୟାଚନ୍ଦ୍ରେ ଷଷ୍ଠ ଗତେ ସପ୍ତମୀ ତିଥିରେ ଜୟଦେବ ବିହାର ଲେନ୍ ନଂ-୫…
ବଟବାବା ସାଂସ୍କୃତିକ ସଂଗଠନର ପୂଜ୍ୟପୂଜନ ଉତ୍ସବ
କେନ୍ଦ୍ରାପଡ଼ା, ୨୪/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ପ୍ରତିଷ୍ଠିତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବଟବାବା ସାସ୍କୃତିକ ସଂଗଠନ, ତୁଣୁପୁରର ତ୍ରିଦିବସ ବ୍ୟାପି ୨୯ତମ ନାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି…
ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହା ସମାବେଶ
ଜନଜାତି କଳା, ସଂସ୍କୃତି ଓ କ୍ରୀଡାର ସୁରକ୍ଷା ଓ ପ୍ରସାର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାନେ ଭଲ କାମ କରୁଛନ୍ତି ଜନଜାତି କଳା ଓ ସଂସ୍କୃତି…
