ଲିଭିଗଲା ମାହାଙ୍ଗାର ଦୀପ, ଆଉ ନାହାନ୍ତି ବାଣୀପୁତ୍ର ଡାକ୍ତର କମଳାକାନ୍ତ କର 

ମାହାଙ୍ଗା, ୧୫/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା)- ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ, ବିଶିଷ୍ଟ ସାହିତ୍ୟିକ, ସୁନାମଧନ୍ୟ ଚିକିତ୍ସକ  ଡାକ୍ତର କମଳାକାନ୍ତ କରଙ୍କ ପରଲୋକ ଘଟିଛି । ହୋମିଓ ପ୍ୟାଥିକ ଚିକିତ୍ସା କ୍ଷେତ୍ରରେ କମଳାକାନ୍ତ କର କେବଳ ଆମ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ବେଶ ସୁଖ୍ୟାତି ଓ ସ୍ୱୀକୃତି ଅର୍ଜ୍ଜନ କରିଥିଲେ । କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ଗ୍ରାମରେ ତାଙ୍କର ଜନ୍ମ । ପିତା ସୂର୍ଯ୍ୟମଣି କର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଥିଲେ । ପିଲାଟି ଦିନୁ କମଳାକାନ୍ତ ଜଣେ ଦେଶ ସେବକ ତଥା ଲେଖକ ଭାବେ ନିଜକୁ ଗଢି ତୋଳିଥିଲେ । ଅନ୍ୟାୟ ଅନୀତି ଦୁର୍ନୀତି ବିରୁଦ୍ଧରେ ଲେଖନୀ ଚାଳନା କରୁଥିଲେ । ସମାଜରେ କ୍ରାନ୍ତି ଓ ପରିବର୍ତ୍ତନ ଆଣିବା ପାଇଁ ସେ ଡାକ୍ତରୀ ପାଠ ପଢିବା ସହିତ ଜନସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ବହୁ ଯୁଗୋପଯୋଗୀ ପ୍ରବନ୍ଧ, ଡାକ୍ତରୀ ପୁସ୍ତକ,ଆତ୍ମଜୀବନୀ, କଥା ଓ କାହାଣୀ ରଚନା କରି ସେଥିରେ ସେ ବେଶ ପ୍ରଶଂସିତ ଓ ସଫଳ ହୋଇଥିଲେ ।  ସହରରେ ରହୁଥିଲେବି ଜନ୍ମମାଟି ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଥିଲା  । ମୂଳବସନ୍ତ ଭଳି ଏକ ଗ୍ରାମୀଣ ଅଂଚଳରେ ନିଃଶୁଳ୍କରେ ଏକ ହୋମିଓପ୍ୟାଥିକ କ୍ଲିନିକ ଖୋଲି ଗ୍ରାମାଞ୍ଚଳର ଗରିବ ଦୁସ୍ଥ ରୋଗୀ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେଉଥିଲେ  ।

ଗୁରୁବାର ଦିନ ସକାଳେ ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ଏହି ଯଶସ୍ବୀ ଡାକ୍ତରଙ୍କ ଦେହାନ୍ତ ପରେ,ରାଜ୍ୟରେ ତାଙ୍କର ହଜାର ହଜାର ଶୁଭେଛୁ ଏବଂ ପ୍ରିୟ ପରିଜନ ଶୋକାଭିଭୂତ ହୋଇପଡିଛନ୍ତି । ଡାକ୍ତର କରଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା,ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,କଂଗ୍ରେସ ଶୃଙ୍ଖଳା କମିଟି ସଭ୍ୟ ଦେବେନ୍ଦ୍ର ସାହୁ, ବିଜେପି ନେତା ସାରଦା ପ୍ରଧାନ, ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ଶରତ କର – ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର,ସ୍ୱାଭିମାନ ମାହାଙ୍ଗା ଅଧ୍ୟକ୍ଷ ଜୟନ୍ତ ଦାସ, ସମାଜବାଦୀ ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଚେୟାରମ୍ୟାନ ସରୋଜବଂଧୁ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ସିଂ, ପୂର୍ବତନ ବ୍ଲକ ଅଧ୍ୟାକ୍ଷା କନକଳତା ବେହେରା, ବିଜେଡି ବ୍ଲକ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ବରିଷ୍ଠ ସାମ୍ବାଦିକ ସୁମନ୍ତ କୁମାର ଜେନା, କବି ପ୍ରଶାନ୍ତ କୁମାର କର, ସାହିତ୍ୟିକ ଅଖିଳେଶ ପଦ ମହାନ୍ତି, ବ୍ଲକ ଚେୟାରମ୍ୟାନ ଦୀପା ମଲିକ,ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ଇଂ ଜିତେନ୍ ରାଉତରାୟ, ଉପେନ୍ଦ୍ର ନାଥ ରଣା, ବଟକୃଷ୍ଣ ଦାଶ, ପଞ୍ଚାନନ ପଣ୍ଡା, ଦୀପକ ଦାଶ, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ରିଆଜୁଲ ହୋଦା, ପ୍ରଶାନ୍ତ ପଟ୍ଟନାୟକ, ସତ୍ୟଜିତ ଦାସ, ରତ୍ନାକର ମହାନ୍ତି, ଅଲେଖ ଚନ୍ଦ୍ର ଦାସ, ବସନ୍ତ ପଣ୍ଡା, ସାମ୍ବାଦିକ ଧନେଶ୍ୱର ସେଠୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *