ହାଇକୋର୍ଟ ଙ୍କ ପକ୍ଷରୁ ଅନ୍ତରୀଣ ନିର୍ଦ୍ଦେଶନାମା ହଟିଲା
କଟକ ସଦର,୨୦/୦୬/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଓଡ଼ିଶା ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନ ରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରେ ସିବିଆଇ ବରିଷ୍ଠ ଆଇଏଏସ ବିଷ୍ଣୁ ପଦ ସେଠୀ ଙ୍କ ଘରେ ଚଢ଼ାଉ କରିଥିଲା। ଗିରଫଦାରୀକୁ ଏଡ଼ାଇବା ପାଇଁ ବିଷ୍ଣୁ ପଦ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରାରମ୍ଭିକ ଶୁଣାଣି ରେ ଏହା ଉପରେ କୈ।ଣସି କାର୍ଯ୍ୟାନୁଷ୍ଠାନ ନନେବା କୁ ହାଇକୋର୍ଟ ଅନ୍ତରୀଣ ନିର୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଏଥିପାଇଁ ବିଷ୍ଣୁ ପଦଙ୍କ ହାତ ଛାଡି ଦେଇଥିବା ବେଳେ ପାୱାର ଲେସ୍ କରିଦେଇଥିଲେ। ଏଥିପାଇଁ ବିଷ୍ଣୁ ପଦ ଚାକିରୀ ରୁ ଇସ୍ତଫା ଦେଇଥିଲେ।
ହେଲେ ଆଜି ଶୁକ୍ରବାର ଦିନ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶନାମା ହଟାଇ ଦେଇ ଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢିଲା । ବିଷ୍ଣୁ ପଦ ଗିରଫ ହେବା ସମ୍ଭାବନା ଅଧିକ ରହିଛି ବୋଲି ଚର୍ଚ୍ଚା ହେଉଛି।