ଝୁମ୍ପୁରା ଓ କେ. ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମ୍ମାନିତ

ଭୁବନେଶ୍ୱର, ୧୮ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ୍‌ ସିଂଖୁଣ୍ଟିଆ କେନ୍ଦୁଝରର ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ସମ୍ମାନ ଓ କନ୍ଧମାଳର କେ. ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ସମ୍ମାନରେ ସମ୍ମାନିତ କରିଛନ୍ତି । ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୧ତମ ପ୍ରତିଷ୍ଠା ଦିବସ ଉତ୍ସବ ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ମାନପତ୍ର ଓ ଉପଢୌକନ ଦେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିନିଧିଙ୍କୁ ସମ୍ମାନିତ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଧାର୍ଯ୍ୟ ହୋଇଥିବା ମାନଦଣ୍ଡର ଉତ୍ତମ ପ୍ରଦର୍ଶନ ପାଇଁ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

          ଏହି ସମ୍ମାନ ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ପ୍ରଦୂଷଣ ନିୟନ୍ତ୍ରଣ କରି ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ଅନୁକୂଳ ପରିବେଶ ଯୋଗାଇଦେବାକୁ ପ୍ରେରଣା ଦେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *