କଟକ ସଦର, ୧୯/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ଦୀପ ତଳ ଅନ୍ଧାର ଭଳି ଦୁଇଟି ମୂଖ୍ୟ ସମସ୍ୟା ଦେଇ ବର୍ଷ ବର୍ଷ ଧରି ଗତି କରୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମତ୍ତଗଜ ହାଟସାହି ଠାରେ ପ୍ରତି ବର୍ଷ ବର୍ଷା ଦିନେ ଉଦଵୃତ ଜଳ ନିଷ୍କାସନ ହୋଇନପାରିବାରୁ ଲୋକମାନେ ପାଣି ଭିତରେ ପଶି ଯାତାୟାତ କରୁଥିବା ଅଭିଯୋଗ ହେଉଛି।
ସେହିପରି ହାଟସାହି ଠାରେ ଥିବା କାଠଯୋଡି ନୋଡାଲ ସ୍କୁଲ୍ ଵର୍ଷା ଜଳ ଓ କାଠଯୋଡି ର ବନ୍ୟା ଝର ଜଳରେ ବୁଡ଼ି ରହିବା ଫଳରେ ପାଠପଢ଼ା ପାଇଁ ପିଲାମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପରମହଂସ ହାଇସ୍କୁଲ ଠାରୁ ଦେୱ।ନ ସାହି ପର୍ଯ୍ୟନ୍ତ ଏକ ବ୍ୟସ୍ତ ବହୁଳ ରାସ୍ତା ଗମନାଗମନ ପାଇଁ ଅନୁପଯୁକ୍ତ ହୋଇ ପଡ଼ିରହିଛି। ଜନସାଧାରଣ ଙ୍କ ହିତ ତଥା ଆବଶ୍ୟକତା ଦୃଷ୍ଟିରୁ ଉକ୍ତ ଦୁଇଟି ମୂଖ୍ୟ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସରପଂଚ ଅଶୋକ ପାତ୍ର ଦାବି କରିଛନ୍ତି।
