କେନ୍ଦ୍ରାପଡ଼ା, ୧୮/୦୬/୨୦୨୫(ଓଡ଼ିଶା ସମାଚାର)- ଜିଲା ସଂସ୍କୃତି ଭବନରେ ଜିଲା ସ୍ତରୀୟ ଓଡିଶା ଭିଜନ -୨୦୨୬ ଓ ୨୦୪୭ ବିକଶିତ ଓଡିଶା ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଉପସଭାପତି ଭୀଷ୍ମ ମହାନ୍ତି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଓ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ପ୍ରମୁଖ ମଂଚାସୀନ ଥିଲେ ।
ମନ୍ତ୍ରୀ କର୍ମଶାଳା ଆୟୋଜନର ଉଦ୍ଧେଶ୍ୟ ଜ୍ଞାପନ କରିବା ସହିତ ସରକାର ଓ ପ୍ରଶାସନ ଯେତେବେଳେ ଜାତି, ଧର୍ମ, ବର୍ଣ୍ଣ, ମତ ନିର୍ବିଶେଷରେ ସମସ୍ତ ଲୋକଙ୍କ କଥାକୁ ସ୍ୱାଗତ ଜଣାଇ ସମସ୍ତଙ୍କ ପାଇଁ କାମ କରିବ ତେବେ ନିଶ୍ଚିତ ଭାବେ ଲକ୍ଷ୍ୟ ପୁରଣ ହୋଇପାରିବ ବୋଲି କହିଥିଲେ । ବିକଶିତ ଓଡିଶାର ନେତୃତ୍ୱ କେନ୍ଦ୍ରାପଡ଼ାରୁ ଆରମ୍ଭ ହେବ । ତୃଣମୂଳ ସ୍ତରରେ ବିକାଶ ହେଲେ ହିଁ ଜିଲା, ରାଜ୍ୟ, ଦେଶ ବିକଶିତ ହୋଇପାରିବ । ଏହାଛଡା ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ବହୁତ ଶୀଘ୍ର ଖୁସି ଖବର ଶୁଣେଇବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।
ସରକାର ବିକଶିତ ଓଡିଶା ପାଇଁ ଶ୍ରମ ପ୍ରଧାନ ଶିଳ୍ପ, ଶିଳ୍ପାୟନ ଶକ୍ତି କେନ୍ଦ୍ର, ନିବେଶ ପାଇଁ ଉପଯୁକ୍ତ କ୍ଷେତ୍ର, ସହରୀକରଣ, ପ୍ରଯୁକ୍ତିବିଦ୍ୟା, ଶ୍ରେଷ୍ଠ ପରିବେଷ ଗଡ଼, ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳରବିକାଶ, ବର୍ଦ୍ଧିତ ସେଚାଂଚଳ, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଦକ୍ଷତା ବିକାଶ, ଶିକ୍ଷା ବିକାଶ କେନ୍ଦ୍ର ଆଦି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଂଚାୟତ ସମିତି ଓ ପୌରାଂଚଳର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ନିର୍ବାଚିତ ପ୍ରତିନିଧି, ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
