ଉଦଯାପିତ ହେଲା କିଶନନଗର ଠାରେ ପାଞ୍ଚ ଦିନିଆ କଟକ ସଦର ରଜ ମହୋତ୍ସବ 

କଟକ ସଦର ,୧୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଟ ତୋଟା ଠାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହେଉଥିବା  ପାଞ୍ଚଦିନିଆ କଟକ ସଦର ରଜ ମହୋତ୍ସବ ଆଜି ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି।

ଏହି ଅବସରରେ ବିଧାୟକ ପ୍ରକାଶ ସେଠୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ସଭାରେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱ।ଇଁ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜ ପର୍ବକୁ ଏଠାରେ ପାଞ୍ଚଦିନ ଧରି ଧୁମ ଧାମରେ ପାଳନ କରିବା ନେଇ ଆୟୋଜକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ବିଜେପି କଟକ ସହରାଞ୍ଚଳ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱ।ଳ ଯୋଗ ଦେଇଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *