‘ହେ ଟୁଟନ ଭାଇ ଆମେ ତମ ଫ୍ୟାନ’ ଗୀତରେ ଝୁମିଲେ ଦର୍ଶକ
କଟକ ସଦର,୧୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ଯାତ୍ରା ପଡ଼ିଆରେ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ କୁମାର ନାୟକ ଙ୍କ ପୃଷ୍ଠପୋଷକତାରେ ମହାସମାରୋହରେ ଅନୁଷ୍ଠିତ ତିନି ଦିନିଆ ରଜ ମହୋତ୍ସବ ଆସନ୍ତା ବର୍ଷକୁ ଅପେକ୍ଷା କରି ଗତକାଲି ସୋମବାର ଶେଷ ରଜ ରାତିରେ ଉଦଯାପିତ ହୋଇଯାଇଛି।
ଏହି ଅବସରରେ ୟୁନିୟନ ପକ୍ଷରୁ ୩୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲାର ୫୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି।
ଉଦଯାପନ ସଂଧ୍ୟାରେ କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରିଥିବା ବେଳେ ସଦର ଅଞ୍ଚଳର ବହୁ କୃତି ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ବିଜୟ କୁମାର ନାୟକ, ସୁନିଲ୍ ମୁଦୁଲି, ପ୍ରକାଶ ମାଝି, ତ୍ରିଲୋଚନ ଦଳାଇ,ଶରତ ରାୟ, ଅଭିମନ୍ୟୁ ସାହୁ, ରାକେଶ ମହାନ୍ତି, ମିହିର ରଞ୍ଜନ ପତି, ଦିଲିପ ନାୟକ ପ୍ରମୁଖ ସହାୟତା କରିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ ଓ ସମରେନ୍ଦ୍ର ମହାପାତ୍ର ଙ୍କ ସଂଯୋଜନା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଶେଷରେ ନାମୀଦାମୀ କଳାକାର ମାନଙ୍କ ପକ୍ଷରୁ ପରିବେଶିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା ବେଳେ ‘ହେ ଟୁଟନ ଭାଇ ଆମେ ତମ ଫ୍ୟାନ’ଗୀତରେ ସମସ୍ତେ ଝୁମି ଥିଲେ ।
