ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ବେହେରା ଙ୍କୁ ‘ଅମୂଲ୍ୟ ରତ୍ନ’ ସମ୍ମାନ ପ୍ରଦାନ 

କଟକ ସଦର,୧୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାହିତ୍ୟ ସଂଗଠନ ମହାନଦୀ ସାହିତ୍ୟ ସଂସଦ ଆୟତପୁର ପକ୍ଷରୁ ଶେଷ ରଜ ସୋମବାର ସଂଧ୍ୟାରେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କୁ ଜୀବନ ବ୍ୟାପି ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଅମୂଲ୍ୟ ରତ୍ନ’ସମ୍ମାନ ରେ ସମ୍ମାନିତ କରାଯାଇଛି।

ଏହି ଅବସରରେ ସଂସଦର ସଭାପତି ସରପଞ୍ଚ ରାକେଶ ବେହେରା ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସାଂସ୍କୃତିକ ମଞ୍ଚରେ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି, କଟକ ସଦର ର ବରିଷ୍ଠ ବିଜେପି ନେତା ହୃଷିକେଶ ଜେନା , କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ବିଜେଡ଼ି ର ବରିଷ୍ଠ ନେତା ସତ୍ୟ ଜେନା ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଶ୍ରୀ ବେହେରା ଙ୍କୁ ଉପଢୌକନ, ପୁଷ୍ପମାଲ୍ୟ ଓ ମାନପତ୍ର ଦେଇ ସମ୍ମାନିତ ସହିତ ସମ୍ବର୍ଦ୍ଧିତ କରିଥିଲେ।

ଏଥିରେ ଅନ୍ୟାନ୍ୟ କେତେକ ବ୍ୟକ୍ତିବିଶେଷ ଙ୍କ ସହିତ ପଞ୍ଚାୟତର ୱ।ର୍ଡ ମେମ୍ବର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା

Leave a Reply

Your email address will not be published. Required fields are marked *