ଯୁବ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ  ଟଙ୍କା ଡକାୟତି , କଳା ପଲସର୍ ଆତଙ୍କ

ଭୁବନ ୨୪/୬/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଥାନା ଅନ୍ତର୍ଗତ ଶିତଳଭଣ୍ଡାର ନିକଟରୁ ଦିବା ୧ ଘଟିକା ସମୟରେ  ୫ ଲକ୍ଷ ଡକାୟତି ହୋଇଥିବା ଜଣାପଡିଛି । ଭୁବନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।  ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭୁବନ ଏନ୍ଏସି ୨ ଓ୍ବାର୍ଡ  କୋହ୍ଲସାହି  ବାସିନ୍ଦା ଯୁବ ବ୍ୟବସାୟୀ କାଳନ୍ଦୀ ଚରଣ ସାହୁ ନିଜ ଘରୁ ୩ ଲକ୍ଷ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨ଲକ୍ଷ ଉଠାଣ କରି ତହସିଲ ଅଭିମୁଖେ ନିଜ ଗାଡ଼ିରେ ଯାଉଥିବା ସମୟରେ  ବିପରୀତ ଦିଗରୁ  ୩/୪ ଅଜଣା ବ୍ୟକ୍ତି କଳା ପଲସରରେ ଆସି ଗାଡିକୁ ଧକାଦେବାରୁ ଗାଡି ସହ କାଳନ୍ଦୀ  ପଡିଯିବାରୁ  ଦୁବୃର୍ତ୍ତମାନେ କାଳନ୍ଦୀ ଙ୍କୁ ଧକ୍କାମାରି ବ୍ୟାଗ ରେ ଥିବା ୫ ଲକ୍ଷ  ଟଙ୍କା ଧରି ଫେରାର ହୋଇଯାଇଥିଲେ । ପୁଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଛନ୍ତି। ଅପରପକ୍ଷେ ଏହା ପୂର୍ବ ଯୋଜନା ଅନୁଯାୟୀ ଡକାୟତି ହୋଇଥିବା ଓ ସ୍ଥାନୀୟ ଅଞ୍ଚଳର ଦୁବୃର୍ତ୍ତମାନେ ଜଡ଼ିତ ଥିବା ଚର୍ଚ୍ଚା ଚାଲିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *