ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ

ରାଜ୍ୟର ଯେକୌଣସି ସ୍ଥାନରୁ ଧାର୍ୟ୍ୟ କରାଯାଇଥିବା ଔଷଧ କିଣିଲେ ଦର ସବୁଠି ସମାନ ରହିବ
ଭୁବନେଶ୍ୱର,୧୫/୦୭/୨୦୨୬(ଓଡ଼ିଶା ସମାଚାର)- ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ରେଟ୍ ଚାର୍ଟ ଲାଗିବ । ସାରା ଓଡ଼ିଶା ପାଇଁ ଗୋଟିଏ ମେଡିସିନ ଦର ରହିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କେନ୍ଦ୍ର ୩୯ଟି ମେଡିସିନ ଦର ଧାର୍ଯ୍ୟ କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତିି ନେଇଛନ୍ତି । ରକ୍ତଚାପ, ମଧୁ ମେହ, ହୃଦ୍ରୋଗ ଭଳି ୩୯ ଟି ଔଷଧର ଦର ଧାର୍ଯ୍ୟ ହୋଇଛି । କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକା ସବୁ ଷ୍ଟୋରରେ ଲଗାଯିବ । ରାଜ୍ୟର ଯେକୌଣସି ସ୍ଥାନରୁ ଧାର୍ୟ୍ୟ କରାଯାଇଥିବା ଔଷଧ କିଣିଲେ ଦର ସବୁଠି ସମାନ ରହିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲିକାକୁ ରାଜ୍ୟର ସମସ୍ତ ଔଷଧ ଦୋକାନରେ ଲଗାଯିବ। ବିଶେଷକରି ରକ୍ତଚାପ, ମଧୁମେହ, ହୃଦରୋଗ ଆଦି ବିଭିନ୍ନ ରୋଗର ୩୯ଟି ଔଷଧର ଦର ଧାର୍ୟ୍ୟ କରିଛନ୍ତି କେନ୍ଦ୍ର ସରକାର। ଏହାକୁ ଆଧାର କରି ରାଜ୍ୟରେ ସମାନ ଦର କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *