ପାରଳା ଗଜପତି ବିକାଶ ମଞ୍ଚ ଆନୁକୂଲ୍ୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୩ ତମ ଜୟନ୍ତୀ ପାଳନ

ଭୁବନେଶ୍ୱର,୨୬/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାରାଜାଙ୍କ ୧୩୩ତମ ଜୟନ୍ତୀ ଅବସରରେ ସ୍ଥାନୀୟ ଏ.ଜି. ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପାରଳା ଗଜପତି ବିକାଶ ମଞ୍ଚର ମିଳିତ ଆୟୋଜନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ, ସହ ନିର୍ଦ୍ଦେଶକ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ର ଶ୍ରୀ ଲକ୍ଷ୍ମୀଧର ବେହେରା ଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟରେ ପିଜିବିଏମ୍‌ ର ସଂପାଦକ ରାଜକିଶୋର ପାଣିଗ୍ରାହୀ, ବରିଷ୍ଟ ସଭ୍ୟ ଶ୍ରୀ ସତ୍ୟନାରାୟଣ ଦାସ,ସିମାଞ୍ଚଳ ମହାରଣା,କୈଳାସ ପାଣିଗ୍ରାହୀ,ପ୍ରଦୀପ ପାଢ଼ି,ଇଂ ସୁରେଶ ମହାରଣା,ରୁଦ୍ର ପ୍ରସାଦ ନାୟକ,ଗୌର ମହାପାତ୍ର, ରଘୁରାଜ ରାଜଗୁରୁ,ଗଣେଶ ଜେନା, କିଶୋର ଚନ୍ଦ୍ର ପଟ୍ଟନାୟକ,ଶ୍ରୀ ରାମ ମହାନ୍ତି, ସ୍ମୃତି ରଞ୍ଜନ ପାତ୍ର, ପୀତବାସ ସାହୁ ଏବଂ ସଭ୍ୟା ସରିତ୍ରୀ ପଟ୍ଟନାୟକ, ଅନୁକା ଜେନା ପ୍ରମୁଖ ଅନେ କକର୍ମକର୍ତ୍ତା ଉପସ୍ଥିତ ଥିଲେ ।

            ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ କାମଦେବ ମହାପାତ୍ର ମହାରାଜାଙ୍କ ସଂପୂର୍ଣ୍ଣ ଜୀବନୀକୁ ନେଇ ଏକ କବିତା ପାଠ କରିଥିଲେ ଯାହା ତାଙ୍କ ନିଜସ୍ୱ ଆଲେଖ୍ୟ ଥିଲା । ଆଜିର ଏହି ଜୟନ୍ତୀ କାର୍ଯ୍ୟକ୍ରମର ଉପସ୍ଥିତ ସମସ୍ତ ସଭ୍ୟ/ ସଭ୍ୟା ଏବଂ ଏହା ସଫଳତାର ସହ ପାଳନ ହୋଇଥିବା ଲାଗି ପାରଳା ଗଜପତି ବିକାଶ ମଞ୍ଚ ସମସ୍ତଙ୍କ ନିକଟରେ କୃତଜ୍ଞ ରହିବ ।

Leave a Reply

Your email address will not be published. Required fields are marked *