କଟକ ସଦର, ୧୩ /୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦଣ୍ଡୁଆସିପଡା ଠାରେ ଥିବା ପଶୁ ଚିକିତ୍ସା କେନ୍ଦ୍ରରେ ଆଜକୁ ଦୀର୍ଘ ବର୍ଷ ହେଲା କେହି ଏଲ୍ ଆଇ(ପଶୁଧନ ନିରୀକ୍ଷକ) ନଥିବା ରୁ ଗୃହ ପାଳିତ ପଶୁ ସମ୍ପଦର ଚିକିତ୍ସା କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ପରିଲକ୍ଷିତ ହୋଇ ଆସୁଥିଲା।
ଏହାକୁ ଗୁରୁତ୍ଵ ଦେଇ ସ୍ଥାନୀୟ ଯୁବ ସରପଂଚ ରାକେଶ ବେହେରା ଙ୍କ ଆନ୍ତରିକ ଉଦ୍ୟମ ଫଳରେ ଉକ୍ତ ପଦବୀ ଅବିଳମ୍ବେ ପୁରଣ ହୋଇଥିବା ରୁ ଲୋକମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ଉକ୍ତ କେନ୍ଦ୍ରରେ ଏଲ୍ ଆଇ ଭାବେ ପୁଷ୍ପଲତା ଜେନା ଯୋଗ ଦେଇଥିବା ରୁ ସରପଂଚ ରାକେଶ ବେହେରା ଓ ଅନ୍ୟମାନେ ତାଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।