ନିଶ୍ଚିନ୍ତକୋଇଲି, ୧୩/୦୬/୨୦୨୫( ଓଡ଼ିଶା ସମାଚାର /ଅଭୟ ଜେନା )- ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ ଗୁରୁବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସେ ଖବର କାଗଜ କୁ ନିୟୁଜ ପଠାଇ ନିଶ୍ଚିନ୍ତକୋଇଲି ରୁ ରାତି ପ୍ରାୟ ସାଢ଼େ ୯ଟାରେ ନିଜ ଘର ନେମାଳ କୁ ଫେରୁଥିବା ବେଳେ କଣ୍ଟାପାରୀ ନିକଟରେ ତାଙ୍କ ସ୍କୁଟି କୁ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇଥିଲା ।
ଗୁରୁତର ଆହତ ଶ୍ରୀ ବାରିକ ଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସ ସି ଵି କୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ଏଥି ସହ ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।