କଟକ ସଦର,୦୩/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମହା କାର୍ତ୍ତିକ ମାସର ପଞ୍ଚୁକରେ ଲକ୍ଷାଧିକ ଭକ୍ତଙ୍କ ପାଇଁ ଉତ୍ସବ ମୁଖର ହୋଇଉଠିଛି କଟକ ଜିଲ୍ଲା ତଥା ଆଠଗଡ଼ ଉପଖଣ୍ଡରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିର ବେଢ଼ା ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି। ଆଜି କାର୍ତ୍ତିକ ମାସର ଶେଷ ସୋମବାର। ଆଜି ଧଵଳେଶ୍ୱର ବାବା ବଡ଼ ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ପଡ଼ିଛି ଠାକୁରଙ୍କ ବଡ଼ଓଷା।
ଏଥିପାଇଁ ପୁଜକଙ୍କ ଘରେ ପ୍ରସ୍ତୁତି ଚାଲିଛି ଠାକୁରଙ୍କ ପ୍ରିୟ ଚାଉଳ ଚୂନା ରେ ଗଜ ଓ ତରଣ ଭୋଗ। ଆଜି ସକାଳୁ ଲାଗିରହିଛି ଶ୍ରଦ୍ଧାଳୁମାନଙ୍କ ଲମ୍ବା ଧାଡ଼ି ଓ ଧାଡ଼ି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ହେଲେ ଆଜି ରାତିରେ ଶ୍ରଦ୍ଧାଳୁ ମାନଙ୍କ ବଡ଼ଓଷା ଓ ଗଜଭୋଗ ପାଇଁ ଅସମ୍ଭବ ଭିଡ଼ ହେବ ବୋଲି ସେବାୟତ ମାନଙ୍କ ପକ୍ଷରୁ ଜଣାପଡିଛି।
