ମେଡ଼ିକାଲ ରୁ ଡ଼ିସଚାର୍ଜ ହୋଇ ବଲାଙ୍ଗିର ଗଲେ ଗ୍ୟାଙ୍ଗଷ୍ଟର  ସୁଶାନ୍ତ ଧଳ ସାମନ୍ତ 

କଟକ,୨୭/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟର  ସୁଶାନ୍ତ ଧଳ ସାମନ୍ତ  ଆଜି ମେଡ଼ିକାଲ ରୁ ଡ଼ିସଚାର୍ଜ ହୋଇଛନ୍ତି । ହୃଦଘାତ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଗତ ଶୁକ୍ରବାର ଦିନ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇ ତାଙ୍କୁ ଆଇସିୟୁ ରେ ରଖି ଚିକିତ୍ସା କରାଯାଉଥିଲା । ସୁସ୍ଥ ହେବା ପରେ ତାଙ୍କୁ ଆଜି କଟକ ବଡ଼ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ କରାଯିବା ପରେ ତାଙ୍କର ଚକ୍ଷୁ ସମସ୍ୟା ଥିବାରୁ କୋର୍ଟଙ୍କ ନିର୍ଦ୍ଧେଶରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ରେ ଚକ୍ଷୁ ଚିକିତ୍ସା କରାଯିବା ପରେ କଡ଼ା ସୁରକ୍ଷା ବଳ ମଧ୍ୟରେ ବଲାଙ୍ଗିର ଅଭିମୁଖେ ନିଆଯାଇଛି ।

Leave a Reply

Your email address will not be published. Required fields are marked *