ଭୁବନ ବ୍ଲକ ରେ ବିକାଶ ବାହନ ଶୁଭାରମ୍ଭ

ଭୁବନ,୧୨/୦୬/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନ ବ୍ଲକରେ ବିକାଶ ବାହନ ର ଶୁଭାରମ୍ଭ ହୋଇଯାଇଛି ।

ବିଡିଓ ଶ୍ରୀମତୀ ଆୟୁଷି ମହାପାତ୍ର ନଡ଼ିଆ ଭାଙ୍ଗି ବିକାଶ ରଥ କୁ ପୂଜାର୍ଚ୍ଚନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ଦ୍ୱିବେଦୀ,ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଦାସ ପତାକା ଦେଖାଇ ବିକାଶ ବାହନ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସରପଞ୍ଚ,ସମିତି ସଭ୍ୟ ଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗଦେଇଥିଲେ । ଭୁବନ ବ୍ଲକ ରେ ଏହି ବିକାଶ ବାହନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ୧୮ ଟି ଗ୍ରାମ ପଞ୍ଚାୟତ ପରିକ୍ରମା କରି ଏଲ ଇ ଡି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ ବୋଲି ବିଡ଼ିଓ ଶ୍ରୀମତୀ ମହାପାତ୍ର କହିଥିଲେ ।

Leave a Reply

Your email address will not be published. Required fields are marked *