ଯାଜପୁର ଠାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ

ଯାଜପୁର,୧୨/୦୬/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ‘ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ଲୋକସଭା ସାଂସଦ  ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସାଂସଦ କହିଲେ ଏହି ଯାତ୍ରା ର ମୂଳ ଲକ୍ଷ୍ୟ ହେଉଛି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରେଇବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଖରେ ସରକାରଙ୍କ ଯୋଜନା ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ସେବା ଗୁଡ଼ିକୁ ପହଞ୍ଚାଇବା । ଏହି ବିକାଶ ବାହାନ ଯାତ୍ରା ଯାଜପୁର ବ୍ଲକ ର ସମସ୍ତ ପଂଚାୟତରେ ତା ୧୨.୬.୨୫ ରୁ ଆରମ୍ଭ ହୋଇ ତା. ୨୧.୬.୨୫ରିଖ ପର୍ଯ୍ୟନ୍ତ ପରିକ୍ରମା କରିବ।

ଏହି ଅବସରରେ “ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର” ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେହେରା,

ନିର୍ବାହୀ ଅଧିକାରୀ, ଯାଜପୁର ପୌରପରିଷଦ ଲଷ୍ମୀକାନ୍ତ ରାଉତ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ, କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ, ଯାଜପୁର ହେମନ୍ତ କୁମାର ମହାନ୍ତ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସାଂସଦ ପ୍ରଶାସନିକ ଭବନ ପଡିଆ ପରିଦର୍ଶନ କରି ପ୍ରଦର୍ଶନୀ ମଣ୍ଡପ ଗୁଡିକର ପ୍ରସ୍ତୁତି ଦେଖିଥଲେ।

Leave a Reply

Your email address will not be published. Required fields are marked *