କଟକ,୦୭/୧୨/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଉ ୬୦୬ଟି ନୂତନ ମତଦାନ କେନ୍ଦ୍ର ସ୍ଥାପନ ନିମନ୍ତେ ନିର୍ବାଚନ ଆୟୋଗ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ଜିଲାର ସମୁଦାୟ ମତଦାନ କେନ୍ଦ୍ର ସଂଖ୍ୟା ୨୮୯୭ରେ ପହଂଚିଛି ।
ଏଥିମଧ୍ୟରେ ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ୫୯ଟି, ଆଠଗଡ଼ ନିର୍ବାଚନମଣ୍ଡଳୀରେ ୬୩ଟି, ବାଙ୍କୀ ନିର୍ବାଚନମଣ୍ଡଳୀରେ ୪୭ଟି, ବାରବାଟୀ କଟକ ଓ ଚୌଦ୍ୱାର କଟକ ନିର୍ବାଚନମଣ୍ଡଳୀରେ ୬୭ଟି ଲେଖାଏଁ, ନିଆଳି ଓ କଟକ ସଦର ନିର୍ବାଚନମଣ୍ଡଳୀରେ ୬୪ଟି ଲେଖାଏଁ, ସାଲେପୁର ନିର୍ବାଚନମଣ୍ଡଳୀରେ ୯୬ଟି ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୭୯ଟି ନୂତନ ମତଦାନ କେନ୍ଦ୍ର ରହିଛି ।
ଏଥିସହ ୯ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୧ଟି ମତଦାନ କେନ୍ଦ୍ର ନାମ ପରିବର୍ତନ କରିବା ଏବଂ ୧୬ଟି ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତନ କରିବା ନିମନ୍ତେ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ କଟକ ଜିଲାରେ ୨୨୯୧ଟି ମତଦାନ କେନ୍ଦ୍ର ରହିଥିଲା । କଟକ ଜିଲାରେ ମତଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା, ନାମ ପରିବର୍ତନ କରିବା ଓ ସ୍ଥାନ ପରିବର୍ତନ କରିବା ନିମନ୍ତେ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ପ୍ରସ୍ତାବ ଦାଖଲ କରାଯାଇଥିଲା ।
