ଦୃଷ୍ଟି ବାଧିତ ଦିବ୍ୟାଙ୍ଗଙ୍କୁ ସରକାରୀ ସହାୟତା

ଯାଜପୁର,୧୨/୦୬/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ପିତା : ପାଣ୍ଡବ ଦାସ, ବୟସ – ୪୧ ବର୍ଷଙ୍କୁ  ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା (ଇନ୍ଦିରା ଗାନ୍ଧୀ ଭିନ୍ନକ୍ଷମ ଭତ୍ତା) ୩୫୦୦ ଟଙ୍କା ପ୍ରତି ମାସରେ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ରଗଡ଼ି ଶାଖା ମାଧ୍ୟମରେ ପ୍ରଦାନ କରାଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (NFSA) ରେ ପ୍ରତି ମାସରେ ୫ କିଗ୍ରା ଚାଉଳ ଯୋଗାଇ ଦିଆଯାଉଛି। ଅନ୍ତୋଦୟ ଗୃହ ଯୋଜନାରେ ଘର ଆବେଦନ କରାଯାଇ ପଂଚାୟତରାଜ ବିଭାଗ ଦ୍ଵାରା ଗୃହ ଅନୁମୋଦନ ହୋଇଅଛି । ଶ୍ରୀ ଦାସଙ୍କର ଦୈନଦିନ ଯିବା ଆସିବା କାର୍ଯ୍ୟକୁ ସୁଗମ କରିବା ପାଇଁ ଏକ ଧଳା ବାଡ଼ି (blind stick) ଯୋଗାଇ ଦିଆଯାଇଅଛି। ଏତଦ୍ ବ୍ୟତୀତ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୫,୦୦୦ ଟଙ୍କା ପ୍ରଦାନ ନିମନ୍ତେ ଧାର୍ଯ୍ୟ କରାଯାଇଛି।

ତିଳୋତ୍ତମା ଜେନା, ପିତା – ନାରାୟଣ ଜେନା, ଗ୍ରାମ/ପୋଷ୍ଟ – କାଚରା ସାହି, ବ୍ଲକ୍ – କୋରେଇ ଜଣେ ଲୋକ ମୋଟର ଭିନ୍ନକ୍ଷମ ମହିଳା ଅଛନ୍ତି। ସେ ଶତକଡା ୭୦ ଭାଗ ଦିବ୍ୟାଙ୍ଗ ଅଟନ୍ତି ଏବଂ ସେ ମଧୁବାବୁ ଯୋଜନାରେ ମାସିକ ୧୨୦୦ ଟଙ୍କା, ପି.ଡି.ଏସ ଚାଉଳ ୫ କିଗ୍ରା ପାଉଛନ୍ତି।

Leave a Reply

Your email address will not be published. Required fields are marked *