କଟକ ସଦର,୦୩/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଥୋରିଆପଡାର ବହୁ ଚର୍ଚ୍ଚିତ ଦିଲିପ୍ ଭୋଇ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ହତ୍ୟାକାରୀ ପାଖରେ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଘଟଣା ର ପରଦିନ ପହଞ୍ଚି ତାକୁ ଉଠେଇ ଆଣି ଅଜ୍ଞାତ ସ୍ଥାନରେ ରଖିଥିବା ଜଣାପଡ଼ିଥିବା ବେଳେ କେବଳ ପର୍ଦାଫାଶ କୁ ଅପେକ୍ଷା ରହିଛି।
ପ୍ରକାଶ ଯେ ଗତ ଶୁକ୍ରବାର ରାତିରେ ଦିଲିପ କୁ କେହି ସୋମପୁର ଲକ୍ ଠାରୁ ପାଞ୍ଚଶହ ମିଟର ଦୂରରେ ଜାଡୁଆସାହି ସିଧା ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ରେ ନିର୍ମମଭାଵେ ତଣ୍ଟିକାଟି ହତ୍ୟାକରି ତାଙ୍କ ମଟରସାଇକେଲ ସହିତ କେନାଲରେ ଫିଙ୍ଗି ଦେଇଥିବା ଶନିବାର ସକାଳେ ଜଣାପଡିଥିଲା।
ହେଲେ ଅଗ୍ନିଶମ ବାହିନୀ ମଟରସାଇକେଲ କୁ ଉଦ୍ଧାର କରିଥିବା ବେଳେ ଦିଲିପ ଙ୍କର କୈ।ଣସି ସନ୍ଧାନ ପାଇପାରି ନଥିଲେ। ଗତକାଲି ରବିବାର ସକାଳେ ଅଇନିପୁର ଠାରେ ଦିଲିପ ଙ୍କର ତଣ୍ଟିକଟା ଶଵ ତାଳଦଣ୍ଡା କେନାଲରୁ ଉଦ୍ଧାର ହେବା ପରେ ନିଖୋଜ ମାମଲାର ମୋଡ଼ ଵଦଳି ଯାଇଥିଲା। ଏ ସମ୍ପର୍କରେ କିଶନନଗର ଥାନାରେ ୨୯୭/୨୦୨୫ ହତ୍ୟା ଦଫା ୩୦୧(୧) ରୁଜ୍ଜୁ କରାଯାଇ ଥିବା ବେଳେ ଅଜ୍ଞାତ ସ୍ଥାନରେ ଅଟକ ଥିବା ହତ୍ୟାକାରୀ କୁ ଆଣି ଘଟଣା ସ୍ଥଳରେ ଡେମୋ ଦେଖାଇ ହତ୍ୟା ଘଟଣାର ପର୍ଦାଫାଶ ହେବ ବୋଲି ଜଣାପଡିଛି।
