ନିଶ୍ଚିନ୍ତକୋଇଲି,୧୧/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ର ନେମାଳ ପଦ୍ମବନ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କର ଆଜି ମହାପ୍ରୟାଣ ଦିବସ | ଆଜି ହେଉଛି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତଥା ଦେବ ସ୍ନାନ ପୂର୍ଣିମା। ଆଜିର ଦିନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ପୁରୀ ରେ ଅନୁଷ୍ଠିତ ହେଉଥିବାବେଳେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠ ବା ପଦ୍ମବନ ପୀଠରେ ମହାସମାରୋହରେ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଉଅଛି।
ଏଠାରେ ବ୍ରାହ୍ମ ମୂହୁର୍ତ୍ତ ରୁ ପ୍ରଭୁଙ୍କ ସମସ୍ତ ନୀତି କାନ୍ତିପରେ ଆରମ୍ଭ ହୋଇଛି ଦେବ ସ୍ନାନ ଯାତ୍ରା। ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଏହି ପୀଠକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି। ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଶ୍ରୀ ଜଗନ୍ନାଥ ଙ୍କ ପରମ ଭକ୍ତ ଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କକୃପା ଲାଭ କରି ଏହି ନେମାଳ ପଦ୍ମବନ ପୀଠରେ କଠୋର ସାଧନା କରି ଅଚ୍ୟୁତାନନ୍ଦ ଆଗତ ଭବିଷ୍ୟତ ମାଳିକା ସହ ଅନେକ ଗ୍ରନ୍ଥ ରଚନା କରିଯାଇଛନ୍ତି। ପ୍ରଭୁ ଙ୍କ ଆଦେଶରେ ଶ୍ରୀ ଅଚ୍ୟୁତାନନ୍ଦ ଏଠାରେ ସାଧନା କଲେ ସତ କିନ୍ତୁ ସେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେମାଳ ପଦ୍ମବନ ପୀଠ କୁ ଆସିବା ପାଇଁ ଗୁହାରି କରିଥିଲେ ଆଉ ଶ୍ରୀ ଜଗନ୍ନାଥ ଯେ, କି ଭକ୍ତ ର ଭାବରେ ବନ୍ଧା।
ଆଉ ଅଚ୍ୟୁତାନନ୍ଦ ଙ୍କୁ କହିଥିଲେ ବର୍ଷକରେ ଥରୁଟିଏ ଏହି ପଦ୍ମବନ ପୀଠ କୁ ଆସିବେ। ତେଣୁ ଆଜିର ଦିନରେ ଶ୍ରୀ ଜଗନ୍ନାଥ ନେମାଳ ପଦ୍ମବନ ପୀଠ କୁ ଆସନ୍ତି ବୋଲି ଶ୍ରଦ୍ଧାଳୁ ଙ୍କ ମନରେ ଅଗାଧ ବିଶ୍ୱାସ ରହିଛି। ତେଣୁ ଆଜି ଏହି ନେମାଳ ପଦ୍ମବନ ପୀଠ ଶ୍ରୀ କ୍ଷେତ୍ରର ଭ୍ରମ ସୃଷ୍ଟି କରେ ଭକ୍ତର ମନରେ। ସତେ ଯେମିତ ଆଜିର ଦିନ ଶ୍ରୀକ୍ଷେତ୍ର ପାଲଟି ଯାଏ ନେମାଳ ର ଏହି ପଦ୍ମବନ ପୀଠ। ଏଠାରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କାରା ଯାଇଛି।