କଟକ ସଦର,୧୧/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ୨୦୨୩ ଅକ୍ଟୋବର ରେ କିଶନନଗର ତହସିଲ ରେ ଯୋଗଦାନ କରି ଏକଵର୍ଷ ଆଠମାସ ମଧ୍ୟରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଵା ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି (ଓ ଆର୍ ଏସ୍) ସ୍ୱଳ୍ପ ସମୟ ରହଣି ପରେ ଅନ୍ୟତ୍ର ଵାରଙ୍ଗ ସଵ୍ ରେଜିଷ୍ଟ୍ରାର ଭାବେ ବଦଳି ହୋଇଥିବା ଜଣାପଡିଛି।
ଏହା ଜଣାପଡିବା ପରେ ତହସିଲ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଭଳି ଜଣେ ଜନପ୍ରିୟ ଅଧିକାରିଣୀ ଙ୍କ ଵଦଳି କୁ ପୁନଃ ଵିଚାର କରାଯାଇ ଆଉ କିଛି ଦିନ ଏଠାରେ ରଖାଯିବା କୁ ରାଜ୍ୟ ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି। ସେହିପରି କଟକ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରେ କାର୍ଯ୍ୟରତ ସହ ଜିଲ୍ଲାପାଳ ଆଦିତ୍ୟ ଦଳବେହେରାଙ୍କ ର କିଶନନଗର ଅତିରିକ୍ତ ତହସିଲଦାର ଭାବେ ଵଦଳି ହୋଇଥିବା ଜଣାପଡିଛି।