ୟୁନିୟନ୍ ଫର୍ କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ନେମାଳ ପଦ୍ମବନ ପୀଠରେ ଜଳ ଛତ୍ର ଉଦଘାଟିତ 

କଟକ ସଦର,୧୧/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମାଳିକା ପ୍ରସିଦ୍ଧ ନେମାଳ ପଦ୍ମବନ ଅଚ୍ୟୁତାନନ୍ଦ ଙ୍କ ପୀଠରେ ଆଜି ବୁଧବାର ସ୍ନାନ ପୂର୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ କୁ ଦୃଷ୍ଟି ରେ ରଖି ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଏକ ଜଳ ଛତ୍ର କେନ୍ଦ୍ର ଖୋଲାଯାଇଛି।

ଏହାକୁ ସଂଗଠନ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ) ସାଧୁସନ୍ଥ ଙ୍କ ଗହଣରେ ଉଦଘାଟନ କରିଥିବା ବେଳେ ଏଥିରେ କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜୀଵନ କୃଷ୍ଣ ସାମନ୍ତରାୟ, ସମାଜସେବୀ ଅଭିମନ୍ୟୁ ସାହୁ, ସାମ୍ବାଦିକ ରତ୍ନାକର ବାରିକ,ଅମିତାଭ୍ ମହାପାତ୍ର, ଜାନକୀ ବଲ୍ଲଭ ମହାନ୍ତି ପ୍ରମୁଖ ବହୁ ନେତୃମଣ୍ଡଳୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *