ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀ କୁ ପିଟି ମାରିଦେଲା ନୃଶଂସ ସ୍ଵାମୀ

ବଡ଼ବିଲ,୧୦/୦୬/୨୦୨୫ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ର ବଡ଼ବିଲ ଅଂଚଳ ରେ ଏବେ ମଦ ହିଁ ଜୀବନ ନେଇ ଚାଲିଛି । ଗତକାଲି ରାତିରେ ଏଭଳି ଏକ ଘଟଣା ଘଟିଛି । ସ୍ତ୍ରୀକୁ ବାଡ଼ିରେ ପିଟି ମାରିଦେଇଛି ନୃଶଂସ ସ୍ଵାମୀ ।

ଗତ ରାତିରେ ବଡ଼ବିଲ ଗାଡ଼ା ହଟିଂ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ବଡ଼ବିଲ ପୋଲିସ୍ ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ଵାମୀ ଟାକଲୁ ସିଦ୍ଦୁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ଅନୁସାରେ, ଉଭୟ ସ୍ବାମୀ ସ୍ତ୍ରୀ ଦିନ ମଜୁରୀଆ ଭାବେ କାମକରନ୍ତି । ଗତ ରାତିରେ ମଦ ପିଇବା ପାଇଁ ସ୍ତ୍ରୀ ଜାନକୀକୁ ସ୍ଵାମୀ ଟାକଲୁ ସିଦ୍ଦୁ ଟଙ୍କା ମାଗିଥିଲା ।

ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ଵାମୀ ଟାକଲୁ ସିଦ୍ଦୁ ସ୍ତ୍ରୀ ଜାନକୀର ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା । କିଛି ସମୟ ଭିତରେ ଜାନକୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏନେଇ ବଡ଼ବିଲ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *